Odisha news

ଦାଣ୍ଡି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ସ୍ୱାସ୍ଥ୍ୟ ଶିବିର

0
ରାଜନଗର  :   ରାଜନଗର ବ୍ଲକ ବନ୍ଧପଡା ପଂଚାୟତ ଦାଣ୍ଡି ଗ୍ରାମରେ ପବିତ୍ର ବୁଦ୍ଧପୂର୍ଣ୍ଣିମା ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ୫ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଗୋପୂଜନ, ଆନନ୍ଦବଜାରରେ ଅନ୍ନଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଆଦିରେ ସାମିଲ ହୋଇଥିଲେ । ଏହି ଅବସରରେ ଅନୁଷ୍ଠିତ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ୨ଶହରୁ ଅଧିକ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଣ ବିତରଣ କରାଯାଇଥିଲା । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ରଶ୍ମୀ ରଂଜନ ମହାପାତ୍ର, ଡାଃ. ଆଦିତ୍ୟ ପ୍ରଧାନ, ଡାଃ. ମନୋରଂଜନ ନାଥ, ଡାଃ. ଆଲୋକ ମହାନ୍ତି, ଡାଃ. ସ୍ୱଦେଶ ମହାନ୍ତି ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ରାଜନଗର ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଚ୍ଚିଦାନନ୍ଦ ପାତ୍ର, କଥାକାର ପ୍ରଦୀପ ନାୟକ, ଅମର କୁମାର ଜେନା, ବିଜୟ ପାତ୍ର, ସୁଜାତା ମହାନ୍ତି, ସୁଧିର ଜେନା, ଜ୍ଞାନ ରଂଜନ ନାୟକ, ସତ୍ୟନାରାୟଣ ନାୟକ, ଅମୂଲ୍ୟ ନାୟକ, ଯୀଶୁଖ୍ରୀଷ୍ଟ ରାଉତ, ପ୍ରଦୀପ୍ତ ବେହୁରା, ପତ୍ରକାର ଭାସ୍କର ରାଉତରାୟ, ଶୈଳେନ୍ଦ୍ର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ତୁଳସୀ ଭଜନ ଗ୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Leave A Reply