ରାଜନଗର : ରାଜନଗର ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟପରିସରରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ଆନୁକୂଲ୍ୟରେ କିଶୋରୀ ମେଳା-୨୦୨୩-୨୪ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜନଗର ବ୍ଲକର ରାଜନଗର, ବାଲିକଣା, ସାନବଡଗୋପାଳପୁର ୩ଟି ସେକ୍ଟରର ୧୦ଟି ଗ୍ରାମ ପଂଚାୟତର ୫୭ଜଣ କିଶୋରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କିଶୋରୀ ମାନଙ୍କ ମଧ୍ୟରେ ସଂଗୀତ, କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରେ ରାଜନଗର ସେକ୍ଟରର ଜସ୍ମିନ ପ୍ରଧାନ, ସୌମ୍ୟା ନାୟକ, ଅର୍ପିତା ପରିଡା, ବାଲିକଣା ସେକ୍ଟରର ସ୍ଥିତିପ୍ରଜ୍ଞା ମିଶ୍ର, ଅର୍ପିତା ଧଳ, ସ୍ୱୟଂପ୍ରଭା ସାହୁ, ସାନବଡଗୋପାଳପୁର ସେକ୍ଟରର ସରୋଜିନୀ ବଳ, ଗଂଗା ରାଉତ ପ୍ରମୁଖଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଉଦ୍ଘାଟନ କରିଥିଲେ। ସିଡିପିଓ ସନ୍ତୋଷିନି ଭୋଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜନଗର ସରପଂଚ ସୁଶ୍ରୀ ସଂଗୀତା ମିଶ୍ର ଯୋଗ ଦେଇଥିବା ବେଳେ କିଶୋରୀ ମେଳାର ବ୍ଲକ ସଂଯୋଜକ ଶଶଧର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଦର୍ଶୀକା ସ୍ୱାଗତିକା ତରାଇ, ମିନତୀ ମିଶ୍ର, ବିଜୟାଲକ୍ଷ୍ମୀ ସ୍ୱାଇଁ, ପ୍ରତିଭା ମହାନ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଅଙ୍ଗନୱାର୍ଡି କର୍ମୀ ପୁଷ୍ପଲତା ରଥ, ସ୍ୱର୍ଣ୍ଣଲତା ପାତ୍ର, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ କିଶୋରୀ ମାନଙ୍କୁ ଶୁପୋଷଣ ଓ ରକ୍ତହୀନତା ସଂପର୍କରେ ସୂଚନା ପ୍ରଦାନ କରାଯିବା ସହ କିଶୋରୀ ମାନଙ୍କ ଉତମ ସ୍ୱାସ୍ଥ୍ୟ ଓ ଜୀବନ ଶୈଳୀ ଉପରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ସରକାର ଙ୍କ ତରଫରୁ କିଶୋରୀ ମାନଙ୍କୁ ଯୋଗାଇ ଦେବା ପାଇଁ ଧାର୍ଯ୍ୟ କରଯାଇଥିବା ଚଣା, ମସଲା ମୁଢ଼ି, ଅଣ୍ଡା ପ୍ରଭୃତି ବିଷୟରେ ସିଡିପିଓ ସନ୍ତୋସିନିଭୋଇ ସୂଚନା ଦେଇ ଥିଲେ।କାର୍ଯକ୍ରମ ଶେଷରେ ସମନ୍ୱିତ ଶିଶୁବିକାଶ ସେବା ପ୍ରକଳ୍ପ ରାଜନଗର ର ସେକ୍ସନ ଅଫିସର ପ୍ରଦୀପ କୁମାର ପାଣଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
