ରାଜନଗର, ୧୩/୧ ରାଜନଗର ବ୍ଲକ ଭାଟପଡା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ସମିତିର ସଭାପତି କଳ୍ପତରୁ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡୀକୁ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ସମିତିର ନିର୍ଦ୍ଦଶେକ ଧର୍ମ।ନନ୍ଦ ପରିଡା, ଅକ୍ଷୟ କୁମାର ସ୍ୱାଇଁ, ନରହରି ଜେନା, ରାଜକିଶୋର ରାଉତ, କ୍ଷୀରାଦ ରାଉତ, ବିଶ୍ବନାଥ ସେଠୀ, ଅମୀୟ ମହା‘ି, ସୁଧିର କୁମାର ନାଥ, ମାଧବାନନ୍ଦ ମଳିକ ପ୍ରମୁଖ ଯୋଗଦେଇଥିଲେ। ସମିତିର ଧାନଚାଷୀ ବୁଦ୍ଧଦେବ ସ୍ୱାଇଁ, ଅନାମ ଚରଣ ସ୍ୱାଇଁ, ବସ‘ ସ୍ୱାଇଁ, ଗୌରାଙ୍ଗ କବି, ସର୍ବଶ୍ବେର ମଳିକ, କଳାକାର ସ୍ୱାଇଁ, ପ୍ରଭାକର ସ୍ୱାଇଁ, ରଘୁନାଥ କବି, ପିତାମ୍ବର କବି, ଚନ୍ଦ୍ରମଣି କବି ପ୍ରମୁଖ ଚାଷୀ ସେମାନଙ୍କ ଧାନ ଆଣି ମଣ୍ଡିରେ ରଖିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦକ ନୀଳମଣି ପ୍ରଧାନ, ଆଶିଷ କୁମାର ସ୍ୱାଇଁ, ପ୍ରୀୟ ରଂଜନ ରାଉତ, ଅଚ୍ୟୁତାନନ୍ଦ ସ୍ୱାଇଁ, ସୁଶା‘ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।
