Odisha news

ରାଜନଗର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ତଥା ୩୧ନଂ ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅରୁଣ କୁମାର ରାଉତ(ବାଚୁ)ଙ୍କ ଅକାଳ ବିୟୋଗ

0

ରାଜନଗର୨୪|୦୮(ସବ୍ୟୁ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜନଗର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ତଥା ୩୧ନଂ ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅରୁଣ କୁମାର ରାଉତ(ବାଚୁ)ଙ୍କ ଅକାଳ ବିୟୋଗରେ ରାଜନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବା ଅବସ୍ଥାରୁ ରାଜନୀତିରେ ପ୍ରବେଶ କରିଥିଲେ । ୨୦୦୭ମସିହାରେ ଓସ୍ତିଆ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୨ ନିର୍ବାଚନରେ ୩୧ନଂ ଜିଲ୍ଲା ପରିଷଦ ଜୋନରେ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ଭିନ୍ନ ଭିନ୍ନ ସମୟରେ ଦଳୀୟ ପଦ ପଦବୀରେ ରହି ସଫଳତାର ସହିତ କାର୍ଯ୍ୟ ତୁଲାଇଥିଲେ । ଗତକାଲି ଭୁବନେଶ୍ବର ଠାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଆଜି ସକାଳ ସମୟରେ ରାଜନଗର ଅଞ୍ଚଳରେ ବାଚୁଙ୍କ ପାର୍ଥିବ ଶରୀରକୁ ବିଭିନ୍ନ ଅଞ୍ଚଳରେ ପରିକ୍ରମା କରୁଥିବା ସମୟରେ ବାଚୁଙ୍କୁ ଭଲପାଉଥିବା ଯୁବକ,ଛାତ୍ର, ମୁରବୀ ଏବଂ ମା ଭଉଣୀମାନେ ତାଙ୍କ ସବାଧାରରେ ପୁଷ୍ପମାଲ୍ଯ ଦେଇ ଶେଷ ଦର୍ଶନ କରିଥିଲେ । ବାଚୁଭାଇ ଅମର ରହେ ଧ୍ବନୀରେ ସାରା ରାଜନଗର ପ୍ରକମ୍ପିତ ହୋଇଥିଲା ।

ବାଚୁଙ୍କ ବିୟୋଗରେ ବିଧାୟକ ଧ୍ରୁବ ଚରଣ ସାହୁ, କଂଗ୍ରେସର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି, ବରିଷ୍ଠ ବିଜେଡି ନେତା ଜଗବନ୍ଧୁ ନାୟକ, ପଞ୍ଚାୟତ ସମିତି ଅଧକ୍ଷ ଜୟରାମ ସେଠୀ, ବ୍ଲକ ବିଜେଡି ସଭାପତି ତଥା ସାଂସଦ ଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ, ଓସ୍ତିଆ ସମିତି ସଭ୍ୟ ପାରେଶ୍ବର ନାୟକ, ବେଲପାଳ ସମିତି ସଭ୍ୟ ଗୋବର୍ଦ୍ଧନ ପ୍ରଧାନ, ବିଜେପି ନେତା କୈଳାଶ ପରିଡା,ଦିଲ୍ଲୀପ ରାଉତ ଏବଂ ସାଙ୍ଗମାନେ ବାପୁ,ଗୁଲୁ, ସାହାଣୀ,ବିଭୂତି,ରାଜକିଶୋର,ପ୍ରମୋଦ,ଗୋପାଳ,ପୁଷ୍ପ ରଥ,ଇତିଶ୍ରୀ ତ୍ରିପାଠୀ,ବାବୁନି ପଣ୍ଡା, ସଞ୍ଜୁ,ଜୟଶ୍ରୀ ପ୍ରମୁଖ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Nalco
Leave A Reply