ପିପିଲି : ଆଜି ସ୍ଥାନୀୟ ପଣ୍ଡା ବଜାର୍ ସ୍ଥିତ ଉଷା ମେମୋରିଆଲ୍ କ୍ଲିନିକ ରେ ଅସ୍ତ୍ରୋପଚାର କରାଯାଇ ଜନୈକ ମହିଳା ଙ୍କ ପେଟ ରୁ ଏକ ବଡ ଧରଣର ଟିୟୁମର୍ ବାହାର କରାଯାଇଛି l
ପ୍ରକାଶ ଥାଉ କି ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ପଞ୍ଚାୟତ ର କୁସୁମେସ୍ଵର ଗ୍ରାମ ର ସର୍ବେଶ୍ଵର ବେହେରା ଙ୍କ ପତ୍ନୀ କୁଙ୍କୁମ ବେହେରା “(60) ପେଟ ରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ପିପିଲି ସ୍ଥିତ ଉଷା ମେମୋରିଆଲ୍ କ୍ଲିନିକ କୁ ଚିକିତ୍ସା ପାଇଁ ଆସିଥିଲେ l ମାତ୍ର ପରୀକ୍ଷା ପରେ ଦେଖା ଗଲା ଏକ ବଡ ଧରଣର ଟିୟୁମର୍ ରହିଅଛି l
ତା ପରେ ଆଧୁନିକ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ମହିଳା ଙ୍କ ପେଟ ରୁ ସେହି ଟିୟୁ ମର୍ ଟିକୁ ବାହାର କରାଯାଇ ଥିଲା l ଯାହାର ଓଜନ୍ ପ୍ରାୟ ପନ୍ଦର କେଜି ଥିଲା l ଅସ୍ତ୍ରୋପଚାର ପରେ ମହିଳା ଜଣ ଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥା ରେ ଚିକିତ୍ସିତ ହେଉ ଥିବା ବେଳେ ଏପରି ଧରଣର ଟିୟୁ ମର୍ ବାହାରିବା କ୍ୱଚିତ୍ ବୋଲି ଅବସର ପ୍ରାପ୍ତ ସି ଡି ଏମ୍ ଓ ତଥା ଉକ୍ତ କ୍ଲିନିକ ର ଡାକ୍ତର ଡଃ ରଘୁନାଥ ମିଶ୍ର ପ୍ରକାଶ କରିଛନ୍ତି l