ରାଜନଗର : ବ୍ଲକ ବିଜେଡି କାର୍ଯ୍ୟାଳୟ ପରିସରରେ ବୁଧବାର୧୧ଟା୧୫ମିନିଟ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ ଏହାର ନେତୃତ୍ୱନେଇଥିଲେ।ଭିତରକନିକା ମହୋତ୍ସବ ର ଉଦଯାପନି ସଂନ୍ଧ୍ୟା ରେ ରାଜନଗର ବିଧାୟକ ଙ୍କବକ୍ତବ୍ୟ କୁ ନେଇ ବିରୋଧୀ ଦଳ ପକ୍ଷରୁ ଭିଡିଓ କ୍ଲିପ କୁ ଦ୍ଵିଅର୍ଥ ବୋଧକ କରି ଯେଉଁହୀନ ଚକ୍ରାନ୍ତ ବିରୋଧୀ କରିଛନ୍ତି, ସଚେତନ ରାଜନଗର ବାସୀ ତାର ଉଚିତ ଜବାବ ଦେବେବୋଲି ବ୍ଲକ ବିଜେଡି ସଭାପତି କହିବା ସହ ରାଜନଗର ବିକାଶ କରିବା ପାଇଁ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସ୍ୱପ୍ନର ରାଜନଗର ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶ୍ରିବାଡ଼ ରେ ଉଦ୍ୟମ ଆରମ୍ଭ ହୋଇଛି।ବିଧାୟକ ଧୃବ ସାହୁ ଏହାର ନେତୃତ୍ୱ ନେଇ ଛନ୍ତି।ଭିତରକନିକା ହେଉଛି ଆମ ବିକାଶର ଗୁପ୍ତଧନ।ଭିତରକନିକାର ସୁରକ୍ଷା ସହିତ ବିକାଶ ହେଲେ ରାଜନଗରର ସାମଗ୍ରିକ ବିକାଶ ହୋଇପାରିବ।ଦ୍ଵିତୀୟ ଭିତରକନିକା ମହୋତ୍ସବଅଦ୍ଭୁତପୂର୍ବ ସଫଳତାର ସହ ଶେଷ ହୋଇଛି।ଭିତରକନିକା କୁ ଭାରତବର୍ଷ ର ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ଭାବେ ପୁରସ୍କାର ମିଳିଛି।ଏଭଳି ଏକ ଗୌରବ ଓ ବିକାଶ ପ୍ରକ୍ରିୟାରକଣ୍ଠରୋଧ କରି ରାଜନଗର ବିକାଶ ଧାରା କୁ ବନ୍ଦ କରିଦେବା ପାଇଁ କିଛି ନ୍ୟସ୍ତ ସ୍ୱାର୍ଥ ବେକ୍ତି ହୀନଚକ୍ରାନ୍ତ ଆରମ୍ଭ କରିଛନ୍ତି।ମହୋତ୍ସବ ର ସଫଳତାରେ ଇର୍ଷାନ୍ନିତହେବା ସହ ହତାଶ ହୋଇ ପଡିଥିବା ରାଜନଗର କଂଗ୍ରେସ ଦଳବିଧାୟକଧୃବ ସାହୁ ଙ୍କ କୁସପୁତ୍ତଳିକା ଦାହ କରି ଯେଉଁ ହୀନ ରାଜନୀତି କରିବା ପାଇଁ ଉଦ୍ୟମ କରିଛି, ଏହାକୁ ଆମେ ଦୃଢ ନିନ୍ଦା କରୁଛୁ ।ରାଜନଗର ବିକାଶ ର କଣ୍ଠରୋଧ ପାଇଁ ହୀନ ଚକ୍ରାନ୍ତ ବୋଲି ବ୍ଲକ ବିଜେଡି ସଭାପତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ନାୟକ,ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର,ବିଜେଡି ନେତା ନିରଞ୍ଜନ ରାଉତ, ଗୋବର୍ଦ୍ଧନ ପ୍ରଧାନ, ଗୋଲେଖ ସ୍ଵାଇଁ, ଅଶୋକ କୁମାର ମହାନ୍ତି, ଅରୁଣ କୁମାର ସାହୁ, ପ୍ରମୋଦ କୁମାର ପ୍ରଧାନ, ଶୈଳେନ୍ଦ୍ର କୁମାର ମିଶ୍ର, ସାଗର କୁମାର ପରିଡା, ସୁଶ୍ରୀସଂଗୀତା ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ।