ରାଜନଗର (୨୬/୧୨)ସରକାରୀ ଜାଗାରେ ଜୋର ଜବରଦସ୍ତ ଗାତ ଖୋଳା କୁ ନେଇ ହୋଇଥିବା ଗଣ୍ଡଗୋଳ ମାରପିଟ ରାଜନଗର ପିଏସ କେଶ ନଂ୧୬୮/୨୧ତଥା ଜିଆର କେଶ ନଂ୨୦୧/୨୧ରସୋମବାର ରାୟ ଶୁଣାଣୀ କରାଯାଇଥିଲା ।ମୁଦାଲାଙ୍କ ପକ୍ଷରୁ୮ଜଣ ସଫେଇ ସାକ୍ଷୀ ଦେଇଥିଲେଓ ୯ଜଣ ସରକାରୀ ସାକ୍ଷୀ ଦେଇଥିଲେ ।କ୍ୟାଡର ଆଇନଜୀବୀ ପ୍ରଭାତ କୁମାର ଜେନା ଓ ସରକାରୀ ଆଇନଜୀବି ନଳିନୀ କାନ୍ତ ମଙ୍ଗରାଜ କେଶ ପରିଚାଳନା କରିଥିଲେ।ସମସ୍ତ ସାକ୍ଷୀ ପ୍ରମାଣ କୁ ଭିତ୍ତିକରି ଆସାମୀ ମାନଙ୍କ ବିରୁଦ୍ଧରେ ଦଫା୩୨୩,୩୪ଆଇପିସି ଅନୁଯାଇ ପ୍ରତ୍ୟେକ ଆସାମୀ ଙ୍କୁ୬ମାସ ଜେଲଦଣ୍ଡ ସହିତ ପାଞ୍ଚଶହ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜୋରିମାନା ଅର୍ଥ ଅନାଦେୟ ଅଧିକ୧୫ଦିନ ଜେଲ କଟାଇବାକୁ ରାଜନଗର ଜେଏମ ଏଫ ସି ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଯୋଗ୍ୟ ରାଜନଗର ବ୍ଲକ ସନ୍ଥପଡା ଗ୍ରାମର ନରହରି ନାୟକ ନିଜର ସ୍ଥିତିବାନ ଜାଗାକୁ ଲାଗିଥିବା ସରକାରୀ ଜାଗାରେ ସନ୍ଥପଡା ଗ୍ରାମର ଅଭୟ ନାୟକ, ଫକୀର ପାତ୍ର, କିଶୋର ଚନ୍ଦ୍ର ପାତ୍ର ଜୋର ଜବରଦସ୍ତ ଗାତ ଖୋଲିଥିଲେ।ସେମାନଙ୍କୁ ବାରଣ କରିବାରୁ ମିଳିମିଶି ଅଶୀଳ ଭାଷାରେ ଗାଳି ଗୁଲଜ କରିବାସହ ବିଧା ଚାପୁଡ଼ା ମାରିଥିଲେ।ନରହରୀଙ୍କ ପୁଅ ଶ୍ରୀଧର ଓ ଝିଅ ସୁମିତ୍ରା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ କାଠ ଫାଳିଆ ରେ ବାଡେଇ ମୁଣ୍ଡ ଫଟାଇ ଦେଇଥିଲେ।ସମସ୍ତେ କହୁଥାନ୍ତି ୩ ଜଣ ଙ୍କୁ ପିଟି ପିଟି ଜୀବନରୁ ମାରିଦିଅ।ସେମାନଙ୍କ ନିସ୍ତୁକ ପାହାରରେ ଶ୍ରୀଧର ର ମୁଣ୍ଡ ଫାଟିଯାଇଥିଲା।ବାମକାନ୍ଧ ଓ ଡାହାଣକାନ୍ଧ ଶକ୍ତ ଆଘାତ ହୋଇଥିଲା।ସୁମିତ୍ରା ର ବାମହାତ ଭାଙ୍ଗି ଯାଇଥିଲା।
