ରାଜନଗର ସ,ବ୍ୟୁ(୨୫/୧୨) : କଇଁଛ ଙ୍କ ଅନ୍ତୁଡ଼ିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବରେ ମାଛ ମାରୁଥିବା ବେଳେ ବନବିଭାଗ ପାଟ୍ରୋଲିଂ ଟିମ ମା ସାରଦା ୧୦ ନାମକଟ୍ରଲର ଜବତ କରିବା ସହ ଏଥିରେ ଥିବା ୯ଜଣ ମତ୍ସ୍ୟଜୀବୀ ଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି ।ଗହୀରମଥା ନିସିଦ୍ଧାଞ୍ଚଳର ସାତଭାୟା ଠାରୁ ୮କିଲୋମିଟର ଦୂରରେ ମା ସାରଦା ନାମକ ଟ୍ରଲର ମାଛ ମାରୁଥିବା ସମୟରେ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ଙ୍କ ନେତୃତ୍ୱରେ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟି ଏବଂ ବନକର୍ମଚାରୀମାନେ ପାଟ୍ରୋଲିଂ ସମୟରେ ଟ୍ରଲର କୁ ଧରିଥିଲେ ।ଗିରଫ ମତ୍ସ୍ୟଜୀବୀ ମାନେ ହେଲେ ଅଜୟ କୁମାର ମଣ୍ଡଳ, କୈଳାସ ବେହେରା, ଭରତ ମଲ୍ଲିକ, ସହଦେବ ଦାସ, ସୁକୁମାର ମାଇତି, ଅଶୋକ ପଟ୍ଟାୟତ, ବଲେଇଦାସ, ଅମ୍ବୁଜାପଟ୍ଟାୟତ,ଦୁଃଶାସନ ବେହେରା ଙ୍କୁ ବନ୍ୟପ୍ରାଣୀ ଆଇନ ୧୯୭୨ଧାରା ୨୭,୨୯,୩୧ଓ୫୧ଆକ୍ଟରେ ଗିରଫ କରାଯାଇଛି।ଓଆର କେଶ ନଂ୩୨ଜି୨୦୨୨–୨୩ରେ ମାମଲା ରୁଜୁ କରାଯାଇଛି।ଜବତ ଟ୍ରଲର ରୁ ମିଶାମିଶି ସାମୁଦ୍ରିକ ମାଛ ଆନୁମାନିକ୫୦କେଜି, ଜି ପିଏସ ୨ଗୋଟି, ଭିଏଚଏଫ୩ଗୋଟି, ଫିସ୍ ଫାଇଣ୍ଡର୧ଗୋଟି, ଟ୍ରଲିଂ ନେଟ୮ଗୋଟି, ଜବତ କରାଯାଇଛି।