ଋାଜନଗର : ରାଜନଗର ବ୍ଲକ କେରେଡାଗଡସ୍ଥିତ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ ଶାନ୍ତି ଶୃଙ୍ଖଳା ମଧ୍ୟରେ କିପରି ରଥଯାତ୍ରା ଅନୁଷ୍ଠିତ ହେବ, ସେ ନେଇ ମତ ରଖିଥିଲେ । ବୈଠକରେ ରଥ ନିର୍ମାଣ, ଭକ୍ତମାନଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଣ, ରଥଦାଣ୍ଡକୁ ଅବରୋଧମୁକ୍ତ କରିବା, ଟ୍ରାଫିକ ପରିଚାଳନା, ଭକ୍ତଙ୍କ ଭିଡ ସମୟରେ ସ୍ୱାସ୍ଥ୍ୟସେବା ସଂପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ମନ୍ଦିରର ବିଶୋଇ ପିତାମ୍ବର ଦାଶ, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ରଶ୍ମୀ ରଂଜନ ମହାନ୍ତି, ପୁର୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ବିଶ୍ୱରଂଜନ ସ୍ୱାଇଁ, ବିଦ୍ୟୁତ ବିଭାଗର ଜୁନିୟର ମ୍ୟାନେଜର କୁମାର ଜିତେନ୍ଦ୍ର ବିଶ୍ୱାଳ, କୈବଲ୍ୟ ସାହୁ, ଅଗ୍ନିଶମ ବିଭାଗର ଅଧିକାରୀ, ଏଏସଆଇ ନରେନ୍ଦ୍ର କୁମାର ସିଂ , କେରେଡାଗଡ ରାଜସ୍ୱ ନିରୀକ୍ଷକ ଦୀପକ କୁମାର ବେହେରା, ବେଲପାଳ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା, କେରେଡାଗଡ ସରପଂଚ ତାପସ କୁମାର ସାହୁ, ବାଲିସାହିପାଟଣା ସରପଂଚ କୈଳାସ ଚନ୍ଦ୍ର ପରିଡା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଅରୁଣ କୁମାର ସାହୁ, ପୂର୍ବତନ ସରପଂଚ ଅଶୋକ କୁମାର ବଳ, କାହ୍ନୁ ଚରଣ ପରିଡା, ବିଭୂତି ଭୂଷଣ ଜେନା, ଶ୍ରୀମଦ୍ ବାୟାବାବା ଆଶ୍ରମର ସଂପାଦକ କପିଳ ଚନ୍ଦ୍ର ଦାସ, ଶ୍ରୀଜଗନ୍ନାଥ ହାଇସ୍କୁଲର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମନମୋହନ ବେହେରା, ରଥ ନିର୍ମାଣ ବଶ୍ୱକର୍ମା ଅନ୍ତର୍ଯ୍ୟାମୀ ସୂତାର, ଘନଶ୍ୟାମ ରାଉତ, ଅମର କୁମାର ଭୂୟାଁ, ବଡପଣ୍ଡା ମଦନମୋହନ ରଥ, ରାଧାଚରଣ ମାଝି ପ୍ରମୁଖ ଯୋଗଦେଇ ଥିଲେ ।
