Odisha news

ସାଲେପୁର ସାପ୍ତାହିକ ହାଟର ଉର୍ନ୍ନତି କରଣ ପାଇଁ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କଲେ ବିଧାୟକ

0
ସାଲେପୁର,୨୬/୬:- ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସାଲେପୁର ସାପ୍ତାହିକ ହାଟର ଉର୍ନ୍ନତି କରଣ ପାଇଁ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିଥିଲେ l ବିଧାୟକ ଶ୍ରୀ ବେହେରା ସାଲେପୁର ସାପ୍ତାହିକ ହାଟ ରେ ପହଞ୍ଚି ହାଟ ଭିତରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ କିଭଳି ଭାବରେ ଏହା ମଧ୍ୟରୁ ବର୍ଷା ଜଳ ନିଷ୍କାସିତ ହେବ ସେ ନେଇ ସ୍ଥାନୀୟ ଜନ ପ୍ରତିନିଧି, ଅଞ୍ଚଳ ବାସୀ,ଓ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କ ସହିତ ବିଚାର ବିମର୍ଷ କରିଥିଲେ।ସାଲେପୁର ହାଟ ଦୁର୍ଗା ମଣ୍ଡପରେ ଆୟୋଜିତ ବୈଠକରେ ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ବର୍ଷା ଦିନ ଆସୁଥିବାରୁ ହାଟରୁ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା କରାଯିବା ଲାଗି ସ୍ଥିର କରାଗଲା l ପର୍ଯlୟ କ୍ରମେ ହାଟ ମଧ୍ୟରେ ଆଲୋକୀ କରଣ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ବ୍ୟବସାୟୀ ମାନଙ୍କ ପାଇଁ ପିଣ୍ଡି ଓ ରାସ୍ତାର ଉର୍ନ୍ନତି କରଣ କରାଯିବ l ଏହି କାର୍ଯ୍ୟକ୍ରମରେ ନିଅନ୍ତ୍ରିତ ବଜାର କମିଟିର ସମ୍ପାଦକ ତୁଷାର ସେଠୀ,ରାମଚନ୍ଦ୍ର ଜେନା,ସରପଞ୍ଚଙ୍କ ପ୍ରତିନିଧି ମହେଶ୍ବର ମଲ୍ଲିକ, ବିରଞ୍ଚି ନାରାୟଣ କର, ରମେଶ ନାୟକ, ହେମନ୍ତ କୁମାର ଭୂୟାଁ,ସୌମ୍ୟ ରଞ୍ଜନ ମଲ୍ଲ, ଅନିଲ ଦାସ, ଅରବିନ୍ଦ ଭୂୟାଁ,କମଳାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ
Ad2
Leave A Reply