ରାଜକନିକା ତା ୧୭/୦୯ : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱର ଜନତା ମୈଦାନ ଠାରେ ଅନଲାଇନ ମାଧ୍ୟମରେ ସୁଭଦ୍ରା ଯୋଜନା କୁ ଉଦଘାଟନ କରିଛନ୍ତି | ଏହି ପରିପ୍ରେକ୍ଷୀରେ ରାଜକନିକା ଆଥେଲେଟିକ ଆସୋସିଏସନ ଖେଳ ପଡ଼ିଆ ଠାରେ ହଜାର ହଜାର ମହିଳା ଙ୍କ ଉପସ୍ଥିତି ରେ ଏହି ସୁଭଦ୍ରା ଯୋଜନା ଲୋକାର୍ପଣ କାର୍ଯ୍ୟକ୍ରମ କୁ ଏଲଇଡ଼ି ମାଧ୍ୟମରେ ସିଧା ପ୍ରସାରଣ କରାଯାଇଛି | ବିଡିଓ ପୃଥ୍ୱୀରାଜ ପରିଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ସାଂସଦଙ୍କ ପ୍ରତିନିଧି ଇଂ.ବସନ୍ତ କୁମାର ବିଶ୍ୱାଳ, ଅତିରିକ୍ତ ତହସିଲଦାର ଦେବବଲ୍ଲଭ ସେଠୀ, ଜିଲ୍ଲା ପରିଷଦ ସଦସ୍ୟା ଅମିତା ସାହୁ ପ୍ରମୁଖ ଯୋଗଦେଇ ଏହି ଐତିହାସିକ ଯୋଜନା କୁ ପ୍ରଶଂସା କରିବା ସହିତ ଏହି ଯୋଜନା ମାଧ୍ୟମରେ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ | ଏହି ଅବସରରେ ଉପସ୍ଥିତ ଅତିଥି ମାନେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ କାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ସମ୍ପୂର୍ଣ୍ଣ ଘର ତିଆରି କରିସାରିଥିବା ହିତାଧିକାରୀ କାରୀ ଙ୍କୁ ଚାବି ପ୍ରଦାନ କରିଥିଲେ | ବ୍ଲକ ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ ଓ ମିଶନ ଶକ୍ତି ବ୍ଲକ ସଂଯୋଜକ ସୁଶାନ୍ତ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ ବ୍ଲକ ପ୍ରକଳ୍ପ ସଂଯୋଜକ ମୃତ୍ୟୁଞ୍ଜୟ ବୁଦ୍ଧପଦ ଦାସ, ପ୍ରଶାନ୍ତ ରାଉତ, ମହେଶ୍ୱତା ନାୟକ ଙ୍କ ସମେତ ବ୍କକ ପ୍ରଶାସନ ର ସମସ୍ତ ଅଧିକାରୀ ଏଥିରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଆଇସିଡିଏସ, ସମସ୍ତ ଏମବିକେ, ସିଆରପି, ବ୍ୟାଙ୍କମିତ୍ର ବିଏଲଏଫ୍, ଜିପିଏଲଏଫର ସମସ୍ତ ଏସଏସଜି ମହିଳା, ଅଙ୍ଗନଓ୍ଵାଡି କର୍ମୀ, ଆଶାକର୍ମୀ ଓ ହଜାର ହଜାର ମହିଳା ଉପସ୍ଥିତ ଥିଲେ |