Odisha news

କାଳିସୀପଡା ଅଙ୍ଗନୱାର୍ଡି କେନ୍ଦ୍ରରେ ଛଅ ମାସ ହେବ ମିଳୁନି ଛତୁଆ ଓ ରୋଷେଇ ହେଉନି ଖାଦ୍ୟ,ଶୁଣିଲାନି ପ୍ରଶାସନ ଅଭିଭାବକ ପକାଇଲେ ତଲା

0

ରାଜକନିକା 21.7.22  )ଆଜିର ଶିଶୁ କାଲିର ଭବିଷ୍ୟତ, ଏଥିଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଙ୍ଗନୱାର୍ଡି କେନ୍ଦ୍ରର ଭିତିଭୂମି ଉନ୍ନତ ମାନର କରିବା ସହ ସ୍ମାର୍ଟ ଅଙ୍ଗନୱାର୍ଡି କେନ୍ଦ୍ର ସହ ଉନ୍ନତ ମାନର ଖାଦ୍ୟ ରୋଷେଇ କରି ଶିଶୁଙ୍କୁ ଦେବା ଲାଗି ନିର୍ଦେଶ ରହିଛି l ଏହା ସହ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର l ହେଲେ ରାଜକନିକା ବ୍ଲକ କାଳିସୀପଡା ଅଙ୍ଗନୱାର୍ଡି କେନ୍ଦ୍ରକୁ ପାଠ ପଢିବାକୁ ଆସିଥାନ୍ତି ପିମ୍ପୁଡି୧୧ ନମ୍ବର ୱାର୍ଡ ଓ କାଳିସୀପଡା ୧୨ ନମ୍ବର ୱାର୍ଡ ର କୁନିକୁନି ପିଲା l ହେଲେ ଏହି ଅଙ୍ଗନୱାର୍ଡି କେନ୍ଦ୍ର ଦାଇତ୍ୱ ରେ ଥିବା ଅଙ୍ଗନୱାର୍ଡି ଦିଦି ଅଙ୍ଗନୱାର୍ଡି କୁ ପିଲାମାନଙ୍କୁ ଡାକନ୍ତି ନାହିଁ କି ଛଅ ମାସ ହେବ ରୋଷଇ କରନ୍ତିନାହିଁ, ଶିଶୁମନଙ୍କୁ ଅଣ୍ଡା ବଣ୍ଟନ କରିନାହାନ୍ତି,ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ଲାଗି ଆସୁଥିବା ପୃଷ୍ଟି କାର ଛତୁଆ ଦେଇ ନଥାନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି l ଏ ବିଷୟ ରେ କହିଲେ ସେମାନଙ୍କୁ ଗାଳି ଗୁଲଜ କରିଥାନ୍ତି ଅଙ୍ଗନୱାର୍ଡି ଦିଦି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ ମାନେ l

ଏହା ସହ ଅଫିସ ଅସାବସ କିଣିବା ଲାଗି ଆସିଥିବା ଟଙ୍କା କୁ ଜାଲ ଦସ୍ତଖତ କରି ହଡପ କରି ନେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ l ବାରମ୍ବାର ଏସମ୍ପର୍କ ରେ ସିଡିପିଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି କିଛି ସମସ୍ୟା ର ସମାଧାନ ହୋଇନଥିଲା. ବରଂ ସିଡିପିଓ ନିଜେ କାଳିସୀ ପଡା ଅଙ୍ଗନୱାର୍ଡି ସେଣ୍ଟରକୁ ଯାଇଥିଲେ ହେଲେ ସେଠାରେ ଅଭିଭାବକ ଙ୍କ ଅଭିଯୋଗ ଶୁଣିବା ବଦଳରେ ଲୋକମଙ୍କୁ ଓଲଟା ହୁ ଆର ୟୁ ବୋଲି ପ୍ରଶ୍ନ କରି ଥିଲେ l ଯାହା ଫଳରେ ସମସ୍ୟା ସମାଧାନ ନ ହେବାରୁ ଆଜି ଅଙ୍ଗନୱାର୍ଡି ସେଣ୍ଟରେ ତାଲା ପକାଇବାସିରହିଥିଲେ ଅଭିଭାବକ ମାନେ l

ଜଣେ ସରକାରୀ କର୍ମଚାରୀଙ୍କ ଏଭଳି ବେବହାର କୁ ନିନ୍ଦା କରିଛନ୍ତି ଗ୍ରାମବାସୀ ମାନେ lଶ୍ରୀମତୀ ନାୟକ ୱାର୍ଡସଭ୍ୟା,ରଶ୍ମିତା ନାୟକ, ପୂଜାରାଣୀ ଦାସ ,  ସରୋଜିନୀ ମଲିକ, ମାଳତୀ ନାୟକ. ସୁରତି ବେହେରା,ମହିମା ନାୟକ, ରଙ୍ଗଲତା ବିଶ୍ୱାଳ,କଳ୍ପତରୁ ଦାସ, ସତ୍ୟସୁନ୍ଦର ପତି,ପ୍ରଶାନ୍ତ ନାୟକ,କଳ୍ପତାରୁ ତରାଇ ଓ ଶ୍ରୀକାନ୍ତ ସାହୁ  ଦାବୀ କରିଛନ୍ତି ଯେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ l ଏ ସମ୍ପର୍କ ରେ ସୁପରଭାଇଜର ବାସନ୍ତୀ ନାୟକ ସଫେଇ ଦେଇ କହିଛନ୍ତି ଯେ ମୁଁ ଏ ବିଷୟ ରେ କିଛି କହିପାରିବି ନାହିଁ ଗାଁ ଲୋକ ମାନେ କହିବେ l ଏ ସମ୍ପର୍କ ରେ ଡି ଏସ ଡବ୍ଲୁ ଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେ ସି ଡି ପି ଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି l

Leave A Reply