Odisha news

ଆଜି ହେଉଛି ପହିଲି ରଜ, ୨ ବର୍ଷ ପରେ ପୋଡ଼ ପିଠା ଓ ମିଠା ପାନ ର ସୁଗନ୍ଧ ରେ ମହକି ଉଠୁଚି ଓଡ଼ିଶା ରାଜ୍ୟ

0
ରଜରେ ଓଡ଼ିଶାର ଗାଁ ଗହଳି ରୁ ନେଇ ସହର ପର୍ଯ୍ୟନ୍ତ ହୋଇ ଉଠିଛି ଚଳଚଞ୍ଚଳ । ପୁନର୍ବାର ପୁରୁଣା ଅନୁଭୂତି ଓ ନୂତନ ଆନନ୍ଦ କୁ ନେଇ ସମସ୍ତଙ୍କ ମନରେ ଭରି ଦେଇଛି ଆନନ୍ଦ । ଚଳିତ ବର୍ଷ ରଜରେ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗାଁ ଗହଳି ରେ କନ୍ୟା ମାନେ ସଜବାଜ ହୋଇ ଗାଁ ଦାଣ୍ଡରେ ଦୋଳି ଖେଳି ଆଭାସ ଦେଇଛନ୍ତି ଯେ ଏବେ ମଧ୍ୟ ରହିଛି ରଜ ପର୍ବ । ରଜ ଓଡ଼ିଶାର ଗୋଟିଏ ୫ଦିନିଆ ପର୍ବ, ଯାହା ହେଉଛି ରଜ ର ପୂର୍ବ ଦିନ ସଜବାଜ , ପ୍ରଥମ ଦିନ ଟି ହେଉଛି ପହିଲି ରଜ, ଦ୍ଵିତୀୟ ଦିନ ରଜ ହେଉଛି ରଜ ସଂକ୍ରାନ୍ତି , ଏହାପରେ ଭୁ ଦାହ ଓ ଶେଷ ଦିନଟି ବସୁମତୀ ସ୍ନାନ।
ଆଜି ହେଉଛି ପହିଲି ରଜ, ପହିଲି ରଜ ରେ ପୋଡ଼ ପିଠା ଓ ପାନ ସହିତ ଦୋଳି ଖେଳ ର ସୁଖ ମନରେ ଭରି ଦେଇଥାଏ ଗୋଟିଏ ଅପୂରଣୀୟ ସୁଖ । ବିଶେଷ ଭାବରେ ଆମ ଓଡ଼ିଆ ମାନଙ୍କ ପାଇଁ ଏହି ରଜ ପର୍ବ ହେଉଛି ଗୋଟିଏ ଏପରି ପରମ୍ପରା ଯାହାର କୌଣସି ତୁଳନା ନାହିଁ ।
ପହିଲି ରଜ ହେଉଛି ରଜ ର ପ୍ରଥମ ଦିନ । ଏହିଦିନ ଅନ୍ଧାରୁଆ ରୁ ଝିଅ ମାନେ ଉଠି ସ୍ନାନ ସାରି ନୂଆ ପୋଷାକ ପିନ୍ଧି ମଥାରେ ଚନ୍ଦନ କୁଙ୍କୁମ , ହାତରେ ନୂଆ ଚୁଡ଼ି , ପାଦରେ ନାଲି ଅଳତା ଲଗାଇ ନିଜକୁ ଗୋଟିଏ ରଜ ବତୀ ଭଳି ସଜାଇ ଗାଁ ଦାଣ୍ଡରେ ଦୋଳି ଖେଳିଥାନ୍ତି ।
ଓଡ଼ିଆ ଘରର ପରମ୍ପରା ଅନୁସାରେ ରଜ ରେ ନୂଆ ବୋହୂ ମାନଙ୍କ ଘରୁ ଭାର ଆସି ଥାଏ । ତାହା ଗୋଟିଏ ନୂଆ ଅନୁଭୂତି । ଯାହା ହୁଏତ ଅନ୍ୟ କୌଣସି ପରମ୍ପରା ରେ ଦେଖା ଯାଇ ନଥାଏ ।
ପିଠା ପଣା ସହିତ ବିଭିନ୍ନ ପ୍ରକାର ମିଠା ଫଳ ର ସୁଗନ୍ଧ ଘରକୁ ମହକାଇ ଦେଇଥାଏ । ଆମ୍ବ , ପଣସ ହେଉଛି ରଜ ସମୟରେ ମୁଖ୍ୟ ଆକର୍ଷଣୀୟ ଫଳ। ବିଭିନ୍ନ ସୁସ୍ୱାଦୁ ଫଳ ସହିତ ପିଠା ର ସୁଗନ୍ଧ ସମସ୍ତଙ୍କ ମନକୁ ଆନନ୍ଦରେ ଭରି ଦେଇଥାଏ ।
Leave A Reply