• ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
• ବି.ଏସ୍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଜନମତ ନେଲେ
• ନବୀନ ପଟ୍ଟନାୟକ ଭଲ କି ? ‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ
• ଜୁଲାଇରୁ ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ, ଆପଣମାନେ ଖୁସି ତ ?
• ମା ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଉତ୍ତର ଦେଲେ ଜନତା
• କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍ ଆସିବ
• ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ଶ୍ରୀ ପାଣ୍ଡିଆନ
• କେନ୍ଦୁପତ୍ର ତୋଳାଳୀଙ୍କ ବୋନସ୍ ୨୫ ପ୍ରତିଶତରୁ ୫୦ ପ୍ରତିଶତ କିଏ କରିଛନ୍ତି ?
• ସନ୍ଥ ଭୀମ ଭୋଇଙ୍କ ସ୍ମୃତି ପୀଠ ଓ ଜନ୍ମସ୍ଥାନର ରୂପାନ୍ତରଣ କିଏ କରିଛନ୍ତି ?
• ରେଢ଼ାଖୋଲ ଅଞ୍ଚଳରେ ବ୍ୟାପକ ଜଳସେଚନ ସୁବିଧା କିଏ କରିଛନ୍ତି ?
• ସମସ୍ତ ପ୍ରଶ୍ନର ଉତ୍ତର ମିଳିଥିଲା ନବୀନ ପଟ୍ଟନାୟକ
• ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
• ଶପଥ ନେଇ ତିନୋଟି ଐତିହାସିକ ନିଷ୍ପତ୍ତି ଗ୍ରହଣ କରିବେ, ପ୍ରଥମ ତିନୋଟି ଦସ୍ତଖତ ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବ
• ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ
• ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍.କେ.ୱାଇରେ ସାମିଲ ହେବେ
• ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା
• ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କଲେ ପ୍ରଣବ ପ୍ରକାଶ ଦାସ
• ଗୋଟିଏ ପଟେ ବିରୋଧୀଙ୍କ ମିଥ୍ୟା ପ୍ରଚାର ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ କାମର ହିସାବ, ଏବେ ସମୟ ଆସିଛି ବିଚାର କରିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟ
• ନବୀନବାବୁ ଯାହା ପ୍ରତିଶୃତି ଦିଅନ୍ତି, ତାକୁ ପୁରଣ କରନ୍ତି, ଯାହା କହିଥାନ୍ତି ତାକୁ କାମରେ ପରିଣତ କରିଥାନ୍ତି
• ସ୍ୱପ୍ନର ସୌଦାଗର ହେଉଛି ବିଜେପି ଦଳ, କେବଳ ସ୍ୱପ୍ନ ଦେଖାଇବା ହେଉଛି ତାଙ୍କର କାମ
• ନବୀନ ପଟ୍ଟନାୟକ ହେଉଛନ୍ତି ସ୍ୱପ୍ନର କାରିଗର, ସ୍ୱପ୍ନକୁ ସାକାର କରିବା ହେଉଛି ତାଙ୍କ ଚିନ୍ତାଧାରା