Odisha news

ବର୍ଷା ଋତୁରେ ଏହିସବୁ ଖାଇବା କମ୍ବିନେସନ ଆଣିଥାଏ ଜୀବନ ପ୍ରତି ବିପଦ

0

ବର୍ଷା ଋତୁ ଆସିବା ମାତ୍ରକେ ଗରମ ରୁ ଆମକୁ ଆରାମ ମିଳଥାଏ l ଏହି ଋତୁରେ ବିଶେଷ ଭାବେ ଚଟପଟା ଖାଦ୍ୟ ଖାଇବାକୁ ଇଛା ହୋଇଥାଏ l କିନ୍ତୁ ଏହି ଋତୁରେ କିଛିଟା ଖାଦ୍ୟ କମ୍ବିନେସନ ଆମ ସ୍ୱାସ୍ଥ୍ୟ କୁ ପ୍ରଭାବିତ କରିଥାଏ l ବିଶେଷ ଭାବେ ଡାଇଜେଷ୍ଟିଭ ପ୍ରୋବ୍ଲେମ ହୋଇଥାଏ l

ଏହିସବୁ ଖାଦ୍ୟ କମ୍ବିନେସନ କରିଥାଏ ଫୁଡ ପଏଜନ :-
– ବର୍ଷା ଋତୁରେ ଦୁଗ୍ଧ , ଦହି ଭଳି ଡାଏରୀ ପ୍ରଡକ୍ଟ ସହିତ କୌଣସି ଖଟା ଫଳ ଖାଇବା ଉଚିତ ନୁହେଁ l ଏହାଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ l ଏହାଛଡା ଖାଦ୍ୟ ର ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ l

– ଚିକେନ , ମଟନ ଭଳି ଆମିଷ ଖାଦ୍ୟ ସହିତ ବ୍ରେଡ ଓ ଆଳୁ ଭଳି ଷ୍ଟାର୍ଚ୍ଚ ଯୁକ୍ତ ଖାଦ୍ୟ କୁ ମିଶାଇ ଖାଇବା ଉଚିତ ନୁହେଁ , ଏହା ପାଚନ ତନ୍ତ୍ର କୁ ପ୍ରଭାବିତ କରିଥାଏ l ପ୍ରୋଟିନ ଓ କାର୍ବୋହାଇଡ୍ରେଟ ର କମ୍ବିନେସନ ପାଚନ ତନ୍ତ୍ର କୁ ପ୍ରଭାବିତ କରିଥାଏ l ଅନେକ ସମୟରେ ଏହା ଫୁଡ ପଏଜନିଙ୍ଗ ର କାରଣ ହୋଇଥାଏ l

– ଭୋଜନ କରିବାର ତୁରନ୍ତ ପରେ ଫଳ ଖାଇବା ଉଚିତ ନୁହେଁ l କାହିଁକି ନା ଫଳ ଖୁବ ଶୀଘ୍ର ହଜମ ହୋଇ ଯାଇଥାଏ , ତେଣୁ ଅନ୍ୟ ଖାଦ୍ୟ ପଦାର୍ଥ ସହିତ ଠିକ ଭାବରେ ମିଶି ପାରି ନଥାଏ ତେଣୁ ଫୁଡ ପଏଜଣିିଙ୍ଗ ହୋଇଥାଏ l

– ବହୁତ ଲୋକ ଙ୍କର ଅଭ୍ୟାସ ରହିଛି ଖାଇ ସାରିବା ପରେ କୋଲଡ଼ ଡ୍ରିଂକ୍ସ ସେବନ କରିବା l କିନ୍ତୁ ଏହା ଠିକ ନୁହେଁ , କର୍ବନେଟେଡ଼ ଡ୍ରିଂକ୍ସ ପାଚନ ଶକ୍ତି କୁ ପ୍ରଭାବିତ କରିଥାଏ ଓ ରକ୍ତ ଧମନୀ କୁ ସଂକୁଚିତ କରିଥାଏ l

– ବର୍ଷା ଋତୁରେ ପାଚନ ତନ୍ତ୍ର ଖୁବ ସ୍ଲୋ ରହିଥାଏ l ତେଣୁ ମସଲା ଯୁକ୍ତ ଖାଦ୍ୟ ଓ ତୈଳ ଯୁକ୍ତ ଖାଦ୍ୟ ପେଟ କୁ ପ୍ରଭାବିତ କରିଥାଏ l ତେଣୁ ବର୍ଷା ଦିନେ ଏହିଭଳି ଖାଦ୍ୟ ଖାଇବା ଉଚିତ ନୁହେଁ l

Leave A Reply