ପାଳଲହଡା(Khageswar Dash) : ଅସରାଏ ବର୍ଷା ରେ ବେହାଲ ସରକାରୀ ଡାକ୍ତରଖାନା । ବର୍ତ୍ତମାନ ସମୟରେ ଏମିତି ଦୃଶ୍ୟ ବାରମ୍ବାର ସାମ୍ନା କୁ ଆସୁଛି , ଏ ସମସ୍ୟା ଆଜିର ସମସ୍ୟା ନୁହେଁ , ବର୍ଷ ବର୍ଷ ଧରି ଲାଗି ରହିଛି ସରକାରୀ ଡାକ୍ତରଖାନାରେ ଏହି ସମସ୍ୟା । ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ସରକାରଙ୍କ ନଜରରେ ଏହି ସମସ୍ୟା ଦୃଷ୍ଟି ଆଢୁଆଳରେ ଥିଲେ ସୁଧା ଏଯାବତ ସମସ୍ୟା ର କୈଣସି ସମାଧାନ ହୋଇ ପାରୁନି । ଏ ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲା ପାଳଲହଡା ସରକାରୀ ଡାକ୍ତରଖାନା ପରିସରର ଦୃଶ୍ୟ ।
ଆଜି ସନ୍ଧ୍ୟା ସମୟରେ ଘଡଘଡି ସାଙ୍ଗ କୁ ବର୍ଷା ବହୁତ ଜୋରରେ ହେବାରୁ ସରକାରୀ ଡାକ୍ତରଖାନାରେ ଆଖପାଖ ନାଳ ନର୍ଦମାର ପାଣି ପ୍ରବେଶ କରିଥିଲା , ନର୍ଦମାର ପାଣି ଡାକ୍ତରଖାନାର ଦୁଇଟି ଓ୍ବାର୍ଡ , ଆଉଟଡୋର ଓ କ୍ୟାବିନ ଗୃହରେ ପ୍ରବେଶ କରିବାରୁ ପାଣି ଜମି ରହିଥିଲା ଯାହା ଫଳରେ ରୋଗିମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ , ଦୀର୍ଘ ସମୟ ଧରି ରୋଗୀ ଓ ସେମାନଙ୍କ ର ସମ୍ପର୍କୀୟ ମାନେ ପାଣି ଘେରରେ ଥିଲେ ସେମାନଙ୍କ ର ଔଷଧ ପତ୍ର ପାଣିରେ ଭିଜି ଯାଇଥିବା ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନେ ଭୟଭୀତ ଥିବା ବେଳେ ଡାକ୍ତରଖାନା ପରିସରରେ ଥିବା ରୋଗୀ ମାନେ ଆହୁରି ଅସୁବିଧା ର ସମ୍ମୁଖୀନ ହେଵା ସହ ସମ୍ପୂର୍ଣ୍ଣ ଭୟଭୀତ ରୋଗଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ଆହୁରି ମଧ୍ୟ କହିଛନ୍ତି ସରକାରଙ୍କ ର ଏ ବିଧି ବ୍ୟବସ୍ଥା ରେ କେବେ ସୁଧାର ଆସିବ ଆମେ ରୋଗ ଭଲ ହେବା ଆଶାରେ ଆସିଛୁ ହେଲେ ଏଠାରୁ ରୋଗନେଇ ଯାଉଛୁ ବୋଲି ମଧ୍ୟ କହିଛନ୍ତି । ତେବେ ଡାକ୍ତରଖାନାର ରକ୍ଷଣାବେକ୍ଷଣ ଦାୟିତ୍ୱ ରେ ଥିବା ପାଳଲହଡା ପୂର୍ତ୍ତୂବିଭାଗ ପ୍ରତ୍ୟେକ ବର୍ଷ ଏହା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କୈଣସି ସୁଫଳ ମିଳି ପାରୁ ନାହିଁ , ସ୍ଥାନୀୟ ପ୍ରଶାସନ ର ଅପାରଗତା ଯୋଗୁଁ ଅସରାଏ ବର୍ଷା ରେ ରୋଗୀ ମାନେ ବାରମ୍ବାର ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ଆସୁଛନ୍ତି । ତେବେ ଡାକ୍ତରଖାନାର ରକ୍ଷଣାବେକ୍ଷଣ ଦାୟିତ୍ବ ରେ ଥିବା ପୂର୍ତ୍ତୂବିଭାଗ ଆଉ କେତେ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଓ କେତେ ବର୍ଷ ସମୟ ନେଲେ ଏହି ସମସ୍ୟା ର ଦୂର ହୋଇ ପାରିବ