Odisha news

ସରକାର ଓ ପ୍ରଶାସନ ଆଗାମୀ ବନ୍ୟା ପରିସ୍ଥିତି ନେଇ ସଜାଗ : ବନ୍ୟା ପୂର୍ବରୁ ଘେରିବନ୍ଧ ସ୍ଥିତି ପରଖିଲେ ଅଧିକ୍ଷଣ ଯନ୍ତ୍ରୀ

0

ପଟ୍ଟାମୁଣ୍ଡାଇ ତା୮.୫- ସଂପ୍ରତି ମହାମାରୀ କରୋନା ଯୋଗୁଁ ଠପ୍ ହୋଇଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ ସରକାରଙ୍କ କଟକଣା ଓ ନୀତିନିୟମ ମଧ୍ୟରେ ଆରମ୍ଭ କରାଯାଇଛି । କରୋନା ମୁକାବିଲା କରୁଥିବା ସରକାର ଓ ପ୍ରଶାସନ ଆଗାମୀ ବନ୍ୟା ପରିସ୍ଥିତି ନେଇ ସଜାଗ ହୋଇପଡିଛି । ଜଳସଂପଦ ବିଭାଗ ଅଧିକ୍ଷଣଯନ୍ତ୍ରୀ ଇଂ. ଚଣ୍ଡେଶ୍ୱର ବେହେରା ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ବିଭିନ୍ନ ବନ୍ୟା ନିରୋଧକ ଘେରିବନ୍ଧର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଅଧିକ୍ଷଣଯନ୍ତ୍ରୀ ଇଂ. ଶ୍ରୀବେହେରାଙ୍କ ସହିତ କେନ୍ଦ୍ରାପଡା ଜଳସଂପଦ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ. ପ୍ରବୋଧ କୁମାର ରାଉତ, ପଟ୍ଟାମୁଣ୍ଡାଇ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ. କୁମର ଦାସ, ସହସହକାରୀଯନ୍ତ୍ରୀ ଇଂ. ମନୋରଞନ ସାହୁ ପ୍ରମୁଖ ନୀଳକଣ୍ଠପୁର ବନ୍ୟା ଘେରିବନ୍ଧ, ଡାମରପୁର ବନ୍ୟା ଘେରିବନ୍ଧ, ବ୍ରାହ୍ମଣୀ ନଦୀର ଦକ୍ଷିଣପାଶ୍ୱର୍ ଉତିକଣ ବନ୍ଧ, ପାଳପାଟଣା ଗ୍ରାମର ବ୍ରାହ୍ମଣୀ ନଦୀକଡରେ ଥିବା ପଥର ପ୍ୟାକିଂ ଓ ସ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବିଭିନ୍ନ ନଦୀବନ୍ଧର ସୁଦୃଢୀକରଣ , ସ୍ପର ଓ ଫତର ପ୍ୟାକିଂ ସଂପର୍କରେ ଅଧିକ୍ଷଣଯନ୍ତ୍ରୀ ଇଂ. ଶ୍ରୀବେହେରା ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।

ଏଥି ସହିତ ଡାମରପୁର ଘେରିବନ୍ଧର ସୁରକ୍ଷା ଓ ଉନ୍ନତିକରଣ ପାଇଁ ଆବଶ୍ୟକ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏଇ ଅବସରରେ ଅଧିକ୍ଷଣଯନ୍ତ୍ରୀ ଶ୍ରୀବେହେରା ସୂଚନା ଦେଇଥିଲେ । ଡାମରପୁର ଘେରିବନ୍ଧର ବିଭିନ୍ନ ସମସ୍ୟା ସଂପର୍କରେ ଜଳସଂପଦ ବିଭାଗ ଅଧିକାରୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରି ଘେରିବନ୍ଧର ସୁଦୃଢୀକରଣ ଓ ବନ୍ୟା ବିପତିରୁ ରକ୍ଷା ପାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ ।

Har Ghar Tiranga

Leave A Reply