Odisha news

କରୋନା ମୁକାବିଲା ପାଇଁ ବଳଭଦ୍ରପୁର ସରପଚଂଙ୍କ ବ୍ୟାପକ ପ୍ରସ୍ତୁତିି

0

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କରୋନା ମୁକାବିଲା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ସହିତ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରି ଜିଲ୍ଲାକୁ କରୋନାମୁକ୍ତ କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କ ନିଦେ୍ର୍ଦଶରେ ବଳଭଦ୍ରପୁର ସରପଚଂ ସ୍ୱେତାଲିନ ପରିଡା କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସରପଚଂମାନଙ୍କୁ ଜିଲ୍ଲାପାଳ କ୍ଷମତା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ପାଠ କରାଇବା ପରେ ସରପଚଂମାନେ ଉସôାହିତ ହୋଇପଡିଛନ୍ତି । କରୋନା ଯୁଦ୍ଧରେ ସାମିଲ ହୋଇଥିବା ବଳଭଦ୍ରପୁର ସରପଚଂ ସ୍ୱେତାଲିନ ପରିଡା କରୋନା ରୋକିବା ପାଇଁ ସମସ୍ତ ସରକାରୀ ନିଦେ୍ର୍ଦଶନାମାକୁ କଡାକଡି ଭାବେ ପାଳନ କରି ଘରକୁ ଘର ବୁଲି ଲୋକମାନଙ୍କୁ ମାକ୍ସ ପିନ୍ଧିବା, ବାରମ୍ବାର ହାତ ଧୋଇବା, ପରିଷ୍କାର ପରିଛନ୍ନ ରହିବା, ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ବୁଝାଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।

ଏଥି ସହିତ ସରପଚଂ ସ୍ୱେତାଲିନୀ ପରିଡା, ପଚାଂୟତ ନିର୍ବାହୀ ଅଧିକାରୀ ରାମକୃର୍ଷ୍ଣ ହାଲଦାର, ଯୁବସମାଜସେବୀ ସାରଦା ପ୍ରସାଦ ପରିଡା, ବାସୁଦେବ ମଲିକ, ବୈକୁଣ୍ଠନାଥ ମଲିକ, ସଞୟ କର, ନୋଡାଲ ଅଫିସର, ଅଙ୍ଗନବାଡି କର୍ମୀ,, ଆଶା କର୍ମୀ ଓ ଏ.ଏନ.ଏମ ପଚାଂୟତର ବିଭିନ୍ନ ଅଚଂଳ ବୁଲି କରୋନା ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିଥିଲେ । ସରପଚଂ ସ୍ୱେତାଲିନୀ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩ ମାସର ଚାଉଳ, ଡାଲି, ଶ୍ରମିକ କାର୍ଡରେ ଟ୧,୫୦୦ଙ୍କା ଓ ରେସନକାର୍ଡରେ ଟ୧,୦୦୦ଙ୍କା ସରକାରୀ ସହାୟତା ବଟଂନ କରାଯାଇଛି ।

କରୋନା ମୁକାବିଲାକୁ ଜୋରଦାର କରିବା ପାଇଁ ବଳଭଦ୍ରପୁର ପଚାଂୟତର ବଳଭଦ୍ରପୁର ହାଇସ୍କୁଲ ୩୮, ଛତ୍ରଧାରୀପାଟଣା ପ୍ରାଥମିକ ବିଦ୍ୟାଳୟ ୧୪, ବାଲିପାଟଣା ଫ୍ଲଡ ସେଟଂର ୧୬, ବାଲିପାଟଣା ନୋଡାଲ ଉ.ପ୍ରା ବିଦ୍ୟାଳୟ ୩୮, ତଳଦାଣ୍ଡି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୧୫ ଶଯ୍ୟା ବିଶିଷ୍ଟ କ୍ୱାରେଟାଂଇନ ସେଟଂର ଖୋଲା ଯିବା ସହିତ ଅସହାୟ ଲୋକମାନଙ୍କୁ ଏସ.ଏଚ.ଜି ଦ୍ୱାରା ରନ୍ଧା ଖାଦ୍ୟ ବଟଂନ କରାଯାଇଛି । ଏଥି ସହିତ ସରକାରଙ୍କ ନିଦେ୍ର୍ଦଶରେ ପ୍ରବାସୀଙ୍କ ପାଇଁ ପଚାଂୟତ ଅଫିସରେ ରେଜିଷ୍ଟ୍ରେସନ କାର୍ଯ୍ୟ ସମ୍ପନ୍ନ କରାଯାଇ ସେମାନଙ୍କ ଥଇଥାନ ପାଇଁ କ୍ୱାରେଟାଂଇନ କେନ୍ଦ୍ର ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply