Odisha news

ସୃଷ୍ଟି ହେଲା ଲଘୁଚାପ : ୧୫ରୁ ରାଜ୍ୟରେ ପୁଣି ବର୍ଷା

0

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ, ଏହା ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ।

ଅବପାତଟି ବାତ୍ୟାରେ ପରିଣତ ନହେଲେ ମଧ୍ୟ ଏହାର ପ୍ରଭାବରେ ୧୫ ତାରିଖ ଠାରୁ ରାଜ୍ୟରେ ପୁଣି ବର୍ଷାର ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

୧୬ ତାରଖ ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବା ସହ ୧୭ ଓ ୧୮ ତାରଖରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଏହି ଲଘୁଚାପ/ ଅବପାତ ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୫୫ରୁ ୬୦ କିମି ବେଗରେ ପବନ ବହିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ଧୀବରମାନଙ୍କୁ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ କହିଛନ୍ତି ଯେ ଅବପାତଟି ୧୬ ରେ ଓଡିଶା ଉପକୂଳ ଛୁଇଁବ l ଧୀରେ ଧୀରେ ଗତିପଥ ବଦଳିବ l ଉତ୍ତର ପଶ୍ଚିମ ଦିଗରେ ଗତିପଥ ବଦଳାଇବ l ୧୫ ରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା l ୧୬ରେ ବର୍ଷାର ପ୍ରଭାଵ ସର୍ବାଧିକ l ୧୭ରେ ଉତ୍ତର ଉପକୂଳ ଓଡିଶା ୭-୧୧ ସେମି ବର୍ଷା ସମ୍ଭାବନାl ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଈ ସାରିଛି ୧୫ ରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନ ବେଗ ୫୦ ରହିବ l ୧୭-୧୮ ରେ ଓଡିଶା ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନ ୪୫ କିମି ରହିବ ବେଗ ୬୫ ସର୍ବାଧିକ ପହଞ୍ଚିବ l ୧୫ ରୁ ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର ମନା l ୧୬ ତାରିଖ ପରେ ଅବପାତ ଓଡିଶା ମୁହାଁ ହେବ l ଜଳୀୟ ବାଷ୍ପ ଓଡ଼ିଶାକୁ ପ୍ରବେଶ କରିବ ତେଣୁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି l
୧୫ ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି , କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀ, ରେ ହାଲୁକା ବର୍ଷା ରହିବ l
୧୬ ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ରେ ସର୍ବାଧିକ ବର୍ଷା ୭-୨୦ ସେମି ବର୍ଷା ସମ୍ଭାବନା l ଏଥିସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା କଟକ, ଖୋର୍ଦ୍ଧା , ପୁରୀ , ଗଞ୍ଜାମ, ଯାଜପୁର , ବାଲେଶ୍ଵର, ଢେ଼ଙ୍କାନାଳ, ରେ ବର୍ଷା ର ସମ୍ଭାବନା ରହିଛି ୭-୧୧ ସେମି ବର୍ଷା ସମ୍ଭାବନା l
୧୭ ରେ ଉତ୍ତର ଉପକୂଳ ଓଡିଶା ଯେମିତିକି ବାଲେଶ୍ଵରକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି l

Nalco
Leave A Reply