ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତାରେ ଅହେତୁକ ବିଳମ୍ବ , ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, ଲୋକେ ବିଶ୍ୱାସ ହରାଇଲେଣି
ନିରାକାରପୁର,୧୯/୭:: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ ଚନ୍ଦନପୁର ଦେଇ ପୁରୀ କୁ ସଂଯୋଗ କରୁଥିବା ୪୦ କିମି ଦୈର୍ଘ୍ୟ ବିଶିଷ୍ଟ ନୂଆ ଜଗନ୍ନାଥ ସଡକ ପର୍ଯ୍ୟଟନ ତଥା ଅର୍ଥନୈତିକ ଦୃଷ୍ଟି ରୁ ଏକ ଗୁରୁତ୍ୱପୂର୍ଣ ରାସ୍ତା । ଦେଶ ର ବିଭିନ୍ନ ରାଜ୍ୟରୁ ବିଶେଷ କରି ଦକ୍ଷିଣ ଭାରତ ଏବଂ ପଶ୍ଚିମ ଭାରତ ରୁ ଆସୁଥିବା ପର୍ଯ୍ୟଟକ ଗାଡି ଗୁଡିକ ଏହି ବାଟ ଦେଇକରି ପୁରୀ ଏବଂ କୋଣାର୍କ ଯାଇଥାନ୍ତି ।ଏହି ରାସ୍ତା ଟି ପୁରୀ-ଚିଲିକା-ଗୋପାଳପୁର ପର୍ଯ୍ୟଟନ ସର୍କିଟ କୁ ଯୋଡୁ ଥିବାରୁ ଦେଶ ର ପ୍ରାୟ ସମସ୍ତ ରାଜ୍ୟ ର ପର୍ଯ୍ୟଟକ ଗାଡି ଗୁଡିକ ଏହି ବାଟ ଦେଇ ଗମନା ଗମନ କରିଥାନ୍ତି ।ଦିନକୁ ଦିନ ଏହି ରାସ୍ତା ରେ ଗାଡି ମଟର ର ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି ।ପୂର୍ତ ବିଭାଗ ଏହି ରାସ୍ତା ଟିର ଉନ୍ନତି ପାଇଁ ବିଭିନ୍ନ ଟେଂଡର ମାଧ୍ୟମ ରେ ଚେଷ୍ଟା କରୁଥିଲେ ମଧ୍ୟ ଏହି ରାସ୍ତା ର ମୁଖ୍ୟ ସମସ୍ୟା ପ୍ରତି କିନ୍ତୁ ଆଖି ବୁଜି ଦେଲା ଭଳି ମାନେ ହେଉଛି ।ଏହି ରାସ୍ତା ଟିର ମୁଖ୍ୟ ସମସ୍ୟା ହେଉଛି ଅଙ୍କା ବଙ୍କା ସର୍ପିଳ ଆଉ ସଂକୀର୍ଣ୍ଣ ରାସ୍ତା ବିଭିନ୍ନ ଗ୍ରାମ ମଧ୍ୟ ଦେଇ ଯାଇଛି । ତେଣୁ ଏତେ ସଂଖ୍ୟ ରେ ଗାଡି ଏହି ରାସ୍ତା ଦେଇ ଗଲା ବେଳେ ରାସ୍ତା ଜାମ ହେବା ସହ ଅନେକ ଛୋଟ ବଡ ଦୁର୍ଘଟଣା ଦୈନନ୍ଦିନ ଘଟୁଛି ।ତେଣୁ ଏହି ରାସ୍ତା ଟିରେ ୩ ଗୋଟି ବାଇପାସ ନିହାତି ଜରୁରୀ ହୋଇ ପଡିଛି ।ସେଇ ଭଳି ଏହି ରାସ୍ତା ଟିକୁ ଜାତୀୟ ରାଜପଥ ହେବ ବୋଲି ଘୋଷଣା କରି ଦେଇ କେନ୍ଦ୍ର ସରକାର ଚୁପ ହୋଇ ବସି ପଡିଛି ।ରାସ୍ତା ଟି ଜାତୀୟ ରାଜପଥ ହୋଇ ପାରିଲେ ଏହାର ବହୁତ ଉନ୍ନତି ହୋଇ ପାରନ୍ତା । ରାସ୍ତା ରେ ବାଇପାସ ହେବ ସହ ରାସ୍ତା ଟି ଚଉଡା ଏବଂ ସିଧା ହୋଇ ପାରନ୍ତା । ଏବେ ଏହି ବାଟ ଦେଇ ଯାଉଥିବା ରାଜ୍ୟ ବାହାର ର ପର୍ଯ୍ୟଟକ ମାନେ ଓଡିଶା ର ସଡକ ପ୍ରତି କି ମତ ଦେଉଥିବେ ତା ନ କହିଲେ ଭଲ । ରାସ୍ତା ଟିର ନିରାକାରପୁର ବଜ଼ାର କୁ ବାଇପାସ କରିବା ପାଇଁ ପଦ୍ମପୁର ପେଟ୍ରୋଲ ପମ୍ପ ଠାରୁ ଲେଣ୍ଡୁ ପଂଚାୟତ ର ଗୋପୀନାଥପୁର ପଂଚାୟତ ପର୍ଯ୍ୟନ୍ତ ଏକ ବାଇପାସ , ଦ୍ଵିତୀୟ ଟି ସିଦ୍ଧେଶ୍ୱର ମନ୍ଦିର ଠାରୁ ଚୁପରିଙ୍ଗ ପୂର୍ବ ସାନି ମନ୍ଦିର ପର୍ଯ୍ୟନ୍ତ ଏକ ବାଇପାସ ଏବଂ ତୃତୀୟ ଟି ଭାଇଲପୁର ପାଖରୁ ବାହାରି ସିଧା ମାଳତୀପାଟପୁର ପାଖରେ ଏନଏଚ ୩୧୬ କୁ ସଂଯୋଗ କରିପାରିଲେ ରାସ୍ତା ଟି ସଳଖ , ସୁଗମ ହେଵା ସହ ରାମେଶ୍ୱର ଠାରୁ ପୁରୀ ର ଦୂରତା ପାଖା ପାଖି ୮ ରୁ ୧୦ କିମି କମି ଯିବ ଏହା ସହ ଭବିଷ୍ୟତ ରେ କ୍ୟାପିଟାଲ ରିଜିଅନ ରିଂ ରୋଡ଼ ଦେଇ ଢେଙ୍କାନାଳ , ସମ୍ବଲପୁର , ଅନୁଗୁଳ , ରାଉରକେଲା ପଟୁ ଆସୁଥିବା ଗାଡି ଗୁଡିକ ମଧ୍ୟ ଖୁବ କାମ ସମୟ ରେ ସୁବିଧା ରେ ଏବଂ କାମ ଦୂରତା ଅତିକ୍ରମ କରି ରାମେଶ୍ୱର ଛକ ରୁ ନୂଆ ଜଗନ୍ନାଥ ସଡକ ଦେଇକରି ପୁରୀ ଏବଂ କୋଣାର୍କ ରେ ପହଂଚି ପାରିବେ । ଏହି ରାସ୍ତା ଟିକୁ ଭାରତମାଲା ରେ ସାମିଲ କରି ଯଥା ଶୀଘ୍ର ଜାତୀୟ ରାଜପଥ ର ମାନ୍ୟତା ଦେଇକରି ଏହାର ସର୍ବାଙ୍ଗୀନ ଉନ୍ନତି କରାଯିବା ନିହାତି ଦରକାର । ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ଘୋଷଣା ୮ ବର୍ଷ ତଳେ ମନ୍ତ୍ରୀ ନୀତିନ ଗଡକରି କରିଥିଲେ ବି ଅଦ୍ୟାବଧି ଏହାର ଅଗ୍ରଗତି ହେଉନାହିଁ। ପରେ ଏହିି ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲେ ବି ପ୍ରତିଶ୍ରୁତି ପାଣିରେ ଗାର ଭଳି ହୋଇଛି। ଜାତୀୟ ରାଜପଥ ଘୋଷଣା ହେଲେ ନିରାକାରପୁର ରେଳ ଫାଟକ ରେ ହେଉ ଥିବା ଅସମ୍ଭବ ଭିଡ କମିଯିବ ଓ ବଜାର ଭଙ୍ଗା ହେବାରୁ ବଞ୍ଚିତ ରହିବ ବୋଲି ଆଶା କରାଯାଉଛି।
ତେଣୁ ତୁରନ୍ତ ଏହାକୁ ଜାତୀୟ ରାଜପଥ ଘୋଷଣା କରିବାକୁ ଦାବି ହେଉଛି।
