ଭାରତରେ ଏଭଳି ଅନେକ ରେଳ ଷ୍ଟେସନ ରହିଛି ଯିଏ କି ନିଜର ବିଶେଷତା ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି । କୌଣସି ରେଳ ଷ୍ଟେସନ ବଡ ପ୍ଲାଟଫର୍ମ ପାଇଁ ତ ଆଉ କେହି ନିଜର ସ୍ବଚ୍ଛତା ପାଇଁ ସାରା ବିଶ୍ଵ ରେ ପ୍ରସିଧ । କିନ୍ତୁ ଆମେ ଯଦି ଏଭଳି ଗୋଟିଏ ରେଳ ଷ୍ଟେସନ ବିଷୟରେ କହିବା ଯେଉଁଠାରେ ଆପଣ ଓହ୍ଲାଇ ପାଦରେ ଚାଲି ବିଦେଶ ରେ ପହଞ୍ଚି ଯିବେ , ତେବେ ଆପଣ କଣ କହିବେ ? ତେବେ ଏହାକୁ ଶୁଣି ଆପଣ ହୁଏତ କିଛି ସମୟ ପାଇଁ ବିଚଳିତ ହୋଇ ଯିବେ । ଆପଣ ଙ୍କ ମନରେ ଏହି ପ୍ରଶ୍ନ ଉଠିବ ସତରେ ଏହା କେଉଁ ଷ୍ଟେସନ ଯେଉଁଠି ଆମେ ପାଦରେ ଚାଲି ଚାଲି ପହଁଚିବୁ ?
ବର୍ତମାନ ସୁଧା ଆପଣ ଭାରତର ଶେଷ ଗ୍ରାମ ବିଷୟରେ ଜାଣିଛନ୍ତି , ଯାହାକି ଉତ୍ତରାଖଣ୍ଡ ର ବଦ୍ରିନାଥ ସ୍ଥିତ ମାଣା ଗ୍ରାମ ଓ ନର୍ଥ ଇଷ୍ଟ ର ଏହି ଗ୍ରାମ କୁ ଭାରତର ଶେଷ ଗ୍ରାମ ବୋଲି କୁହାଯାଇ ଥାଏ । କିନ୍ତୁ ଏହା ଗ୍ରାମ ନୁହେଁ , ଏହା ରେଳ ଷ୍ଟେସନ । ଯାହା ଭାରତର ଶେଷ ରେଳ ଷ୍ଟେସନ ଭାବରେ ପ୍ରସିଧ ଅଟେ ।
ସର୍ବ ପ୍ରଥମେ ଯଦି ଆମେ କହିବା ବିହାର ବିଷୟରେ , ଏଠାରେ ଅରରିଆ ଜିଲ୍ଲା ରେ ଗୋଟିଏ ଏଭଳି ରେଳ ଷ୍ଟେସନ ଅଟେ , ଯେଉଁଠାରେ ଆପଣ ଓହ୍ଲାଇ ପାଦରେ ଚାଲି ଭାରତର ପଡୋଶୀ ଦେଶ ନେପାଳ ରେ ପହଞ୍ଚି ଯିବେ ।
ଅରରିଆ ଜିଲ୍ଲା ରେ ସ୍ଥିତ ଏହି ରେଳ ଷ୍ଟେସନ ର ନାମ ଜୋଗବନୀ ରେଳ ଷ୍ଟେସନ ଅଟେ । ଯାହାକୁ ଭାରତ ର ଶେଷ ରେଳ ଷ୍ଟେସନ ଭାବରେ ଦେଖା ଯାଇଥାଏ । ଜୋଗବନୀ ରେଳ ଷ୍ଟେସନ ଠାରୁ ନେପାଳ ର ଦୂରତା ଏତେ କମ୍ ଯେ ଏଠାକୁ ଲୋକେ ଖାଲି ପାଦରେ ଯାଇ ଥାଆନ୍ତି । ସବୁଠୁ ଭଲ କଥାଟି ହେଲା ନେପାଳ ଯିବା ପାଇଁ ଏଠାକାର ଲୋକ ଙ୍କୁ କୌଣସି ପାସପୋର୍ଟ କିମ୍ବା ଭିସା ର ଆବଶ୍ୟକତା ପଡ଼ି ନଥାଏ । ଏହାଛଡା ଏହି ଷ୍ଟେସନ ରୁ ଆପଣ ନିଜର ବିମାନ ଯାତ୍ରା ଖର୍ଚ୍ଚ ମଧ୍ୟ ଉଠାଇ ପାରିବେ । କେବଳ ବିହାର ନୁହେଁ , ପଶ୍ଚିମ ବଙ୍ଗ ରେ ମଧ୍ୟ ସେହିଭଳି ଗୋଟିଏ ରେଳ ଷ୍ଟେସନ ଅଛି ଯାହା ଦେଶର ଶେଷ ରେଳ ଷ୍ଟେସନ ଅଟେ । ପଶ୍ଚିମ ବଙ୍ଗ ର ମାଳଦା ଜିଲ୍ଲାର ହବିବ ପୂର୍ ସ୍ଥିତ ବନା ସିଂହା ବାଦ୍ ରେଳ ଷ୍ଟେସନ ଦେଶ ର ଶେଷ ସୀମାରେ ଅବସ୍ଥିତ ଅଟେ । କହି ରଖିଚୁ ଯେ ଏହି ଷ୍ଟେସନ ବଙ୍ଗଳା ଦେଶ ର ସୀମା କୁ ଲାଗିଛି । ଏହାର ଅର୍ଥ କେବଳ ବିହାର ର ଜୋଗବନୀ ରେଳ ଷ୍ଟେସନ ରୁ ଆପଣ ବିଦେଶ ଯାତ୍ରା କରି ପାରିବେ ତାହା ନୁହେଁ , ଆପଣ ପଶ୍ଚିମ ବଙ୍ଗ ର ଏହି ରେଳ ଷ୍ଟେସନ ରୁ ମଧ୍ୟ ବିଦେଶ ଯାତ୍ରା କରି ପାରିବେ ।
ପଶ୍ଚିମ ବଙ୍ଗ ର ଏହି ରେଳ ଷ୍ଟେସନ ଟି ଦେଶ ବିଭାଜନ ପରେ ନିସ୍ତବ୍ଧ ହୋଇ ପଡ଼ି ରହିଛି । କିନ୍ତୁ ଏଠାରେ ରେଳ କର୍ମଚାରୀ ନାମକୁ ମାତ୍ର ରହିଛନ୍ତି । ଏଠାରେ କେବେ କେମିତି ଗୋଟିଏ ମାଲ ବାହି ଟ୍ରେନ ଦେଖା ଯାଇଥାଏ । ଯାହାକୁ ହାତ ଗିଅର୍ ପକାଇ ସିଗନାଲ ଦିଆ ଯାଇଥାଏ ।
