ଆଜିକାଲି ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏନ୍ଭାଇରନ୍ ମେଣ୍ଟାଲ ପ୍ରୋଟେକ୍ସନ୍ ଏଜେନ୍ସୀ ପାଣିରେ ମିଶୁ ଥିବା ଗୋଟିଏ ବିପଦ ପୂର୍ଣ୍ଣ କେମିକାଲ କୁ ନେଇ ଜୋର୍ ରେ ଚିନ୍ତା ବଢ଼ାଇଛି । ଏହା ହେଉଛି ପର୍ – ଏଣ୍ଡ – ପୋଲିଫ୍ଲୋରୋ ଅଲ୍ କାଇଲ୍ ସବଷ୍ଟାନସେସ୍ ( per -and- poly fluoroalky substances) ଅଟେ । ଯାହାକି ପାଣିରେ ମିଶି ତାହାକୁ ବିଷାକ୍ତ କରୁଛି । ଯେଉଁ କାରଣରୁ ଲୋକ ମାନେ କ୍ୟାନ୍ସର , ଲିଭର ଓ କିଡନୀ ରୋଗ ରେ ପୀଡ଼ିତ ହୋଇ ଥାଆନ୍ତି ଏବଂ ମୃତ୍ୟୁ ଆଡ଼କୁ ଟାଣି ହୋଇ ଯାଆନ୍ତି । ବିଶେଷ କଥାଟି ହେଲା ଯେଉଁ ଜିନିଷରେ ଏହି କେମିକାଲ ମିଶି ଥାଏ ତାହାକୁ ଆମେ ଆମ ନିୟମିତ ଜୀବନ ରେ ବ୍ୟବହାର କରିଥାଉ । ଆସନ୍ତୁ ଜାଣିବା ବିସ୍ତାର ଭାବରେ ଏହି ବିଷୟ ରେ ।
ନନ୍ ଷ୍ଟିକ୍ ଜିନିଷ , ମୋବାଇଲ୍ ଓ ଶାମ୍ପୁ ରେ ମିଳିଥାଏ ଏହି କେମିକାଲ -:
ଆଜ୍ଞା ହଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି କିନ୍ତୁ ପ୍ରକୃତ କଥାଟି ହେଲା ପର୍ – ଏଣ୍ଡ – ପୋଲିଫ୍ଲୋରୋ – ଅଲ୍ କାଇଲ୍ – ସବଷ୍ଟାନସେସ୍ (PFAS) ନାମକ ଏହି କେମିକାଲ ସାଧାରଣ ଭାବରେ ପ୍ଲାଷ୍ଟିକ ବୋତଲ , ନନ୍ ଷ୍ଟିକ୍ ଜିନିଷ , ମୋବାଇଲ୍ କଭର୍ , ମେକ୍ଅପ୍ ଜିନିଷ , ସାମ୍ପୁ ଓ ନେଲ୍ ପଲିସ ରେ ମଧ୍ୟ ଏହି କେମିକାଲ ରହିଥାଏ ।
ସର୍ବ ପ୍ରଥମେ ପାଣି କୁ କରିଥାଏ ଦୂଷିତ -:
ବିଶେଷ ଭାବରେ ଏହି କେମିକାଲ ପାଣି ଓ ପାଣିରେ ବାସ କରୁଥିବା ଜୀବ ଯେପରିକି ମାଛ କଙ୍କଡ଼ା ଇତ୍ୟାଦି ଙ୍କୁ ପ୍ରଭାବିତ କରିଥାଏ । ଏପରି ସ୍ଥିତି ରେ ଯେଉଁ ପାଣି ଆପଣଙ୍କ ଘରକୁ ଆସିଥାଏ ସେଥିରେ ଏହି କେମିକାଲ ର ଦୂଷିତ ଅଂଶ ରହିଥାଏ । ତେଣୁ ଏହା ମାଛ ଓ ସି – ଫୁଡ୍ କୁ ମଧ୍ୟ ପ୍ରଭାବିତ କରିଥାଏ । ଏହିଭଳି ଭାବରେ ଏହା ଆମ ଶରୀର ମଧ୍ୟକୁ ଯାଇ ଶରୀର କୁ ପ୍ରଭାବିତ କରିଥାଏ ।
* ଏହିଭଳି ଭାବରେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ -:
ଇଣ୍ଟର ନେସନାଲ ରିସର୍ଚ୍ଚ ଅଫ କ୍ୟାନ୍ସର ଷ୍ଟଡି ର ଗବେଷଣା ଅନୁସାରେ କୁହାଯାଇଛି ଯେ ପର – ଏଣ୍ଡ – ପୋଲିଫ୍ଲୋରୋ – ଅଲ୍ – କାଇଲ – ସବଷ୍ଟାନସେସ୍ ( PFAS) ସବୁଠୁ ପ୍ରଥମେ ଆପଣଙ୍କ ହର୍ମୋନାଲ୍ ଓ ଗ୍ରୋଥ ହାର୍ମୋନ କୁ ପ୍ରଭାବିତ କରିଥାଏ ଓ ଥାଇରଏଡ ଏବଂ ହାଇ କୋଲେଷ୍ଟ୍ରଲ ର କାରଣ ହୋଇଥାଏ । ଏହାଛଡା ବ୍ରେନ୍ କ୍ୟାନ୍ସର , ବ୍ଲଡ କ୍ୟାନ୍ସର , ଇନ୍ ଫାର୍ଟିଲୀଟି ଓ କିଡନୀ ରୋଗ ର କାରଣ ହୋଇଥାଏ ।
ଏହାଛଡା ଏହି ଗବେଷଣା ରେ ଦେଖିବାକୁ ମିଳିଥିଲା ଯେ ୯୮ ପ୍ରତିଶତ ବିଶ୍ବର ଲୋକେ ଏହି ସବୁ ସମସ୍ୟା ଦ୍ଵାରା ପୀଡ଼ିତ । ତେଣୁ ସମସ୍ତେ ସେଥିପାଇଁ ସତର୍କ ରହିବା ଆବଶ୍ୟକ । ଏହାଛଡା ଏହି କେମିକାଲ କୁ ଆମେରିକାରେ ବ୍ୟବହାର ନ କରିବା ପାଇଁ ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି ।
