Odisha news

ବିଶେଷ ଟ୍ରେନର ସମୟ ସାରଣୀ ପରିବର୍ତ୍ତିତ

0

ପାଲାସା-ବିଶାଖାପାଟନମ୍-ପାଲାସା , ପାଲାସା-ଭୁବନେଶ୍ୱର-ପାଲାସା ଏବଂ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଏକ୍ସପ୍ରେସ୍ ଟ୍ରେନର ସମୟ ସାରଣୀକୁ ଯାତ୍ରୀମାନଙ୍କ ସୁବିଧାପାଇଁ 18 ଜାନୁୟାରୀ, 2021 ରୁ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି |

A. ୦୮୫୩୧/୦୮୫୩୨ ପାଲାସା-ବିଶାଖାପାଟନମ୍-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ ୫ ଘଟିକାରେ ଛାଡି ବିଶାଖାପାଟନମ ଠାରେ ପୂର୍ବାହ୍ନ ୯ଘ.୨୫ମି.ରେ ପହଞ୍ଚିବ ଏବଂ ବିଶାଖାପାଟନମ ଠାରୁ ଅପରାହ୍ନ ୫ଘ.୪୫ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ ଘଟିକାରେ ପହଞ୍ଚିବ |

B. 08434/08433 ପାଲାସା-ଭୁବନେଶ୍ୱର-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ ୬ ଘଟିକାରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ଘ.୪୫ମି.ରେ ପହଞ୍ଚିବ ଏବଂ ଭୁବନେଶ୍ୱର ଠାରୁ ସନ୍ଧ୍ୟା ୬ଘ.୧୦ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ ଘଟିକାରେ ପହଞ୍ଚିବ |

C. 08508/08507 ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ବିଶାଖାପାଟନମରୁ ସନ୍ଧ୍ୟା ୬ ଘଟିକାରେ ଛାଡି ରାୟଗଡା ଠାରେ ରାତ୍ର ୧୦ଘ.୦୫ମି.ରେ ପହଞ୍ଚିବ ଏବଂ ରାୟଗଡା ଠାରୁ ସକାଳ ୫ଘ.୧୫ମି.ରେ ଛାଡି ବିଶାଖାପାଟନମ ଠାରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ |

Leave A Reply