ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।
02892 ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ 12 ଜାନୁୟାରୀରୁ 28 ଫେବୃଆରୀ, ୨୦୨୧ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଘ.୩୦ମି.ରେ ଛାଡି ବାଙ୍ଗିରିପୋସିରେ ରାତ୍ର ୧୨ଘ.୦୫ମି.ରେ ପହଞ୍ଚିବ। ଫେରିବା ମାର୍ଗରେ 02891 ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ 13 ଜାନୁଆରୀରୁ 1 ମାର୍ଚ୍ଚ, ୨୦୨୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଘ.୨୦ମି.ରେ ଛାଡି ଭୁବନେଶ୍ୱର ରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ |
ଏହି ଟ୍ରେନ୍ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବାଲେଶ୍ୱର, ରୂପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଷ୍ଟେସନ ମାନଙ୍କରେ ରହଣି କରିବ ।