Odisha news

ଟ୍ରାକ ନିରୀକ୍ଷଣ ତଥା ଜରୁରୀ ମରାମତି ପାଇଁ ଖୋର୍ଦ୍ଧା ରୋଡ ପକ୍ଷରୁ ରେଳ ସାଇକଲ ଆରମ୍ଭ

0
ରେଳ ସାଇକଲ – ନିରୀକ୍ଷଣ, ଯାଞ୍ଚ ଓ ଜରୁରୀ ମରାମତି ପାଇଁ ରେଳ ଟ୍ରାକରେ  ଶୀଘ୍ର ଯାତ୍ରା କରିବାର  ଏକ ଅଭିନଵ ପ୍ରକ୍ରିୟା  lଖୋର୍ଦ୍ଧା ରୋଡ ମଣ୍ଡଳ ଦ୍ୱାରା  ନିଜସ୍ୱ ପ୍ରଚେଷ୍ଟା ରେ ପ୍ରସ୍ତୁତି ରେଳ ସାଇକଲ ର ହାରାହାରି ବେଗ ଘଣ୍ଟା ପ୍ରତି 10କିମି  ଏବଂ  ସର୍ବାଧିକ  ବେଗ ଘଣ୍ଟା ପ୍ରତି 15କିମି ରେଳ ସାଇକଲ କୁ ପାଟ୍ରୋଲିଙ୍ଗ,  ସୁରକ୍ଷା  ଓ  ନିରାପତ୍ତା ସୁନିଶ୍ଚିତ କରିବା କାର୍ଯ୍ୟରେ  ବ୍ୟବହୃତ କରାଯାଇ ପାରିବ 

ରେଲୱେ ଟ୍ରାକ କୁ ନିରୀକ୍ଷଣ, ଯାଞ୍ଚ ଓ ମରାମତି କରିବା ପାଇଁ  ଭାରତୀୟ ରେଳପଥ ଦ୍ଵାରା ଅଭିନଵ ରେଳ ସାଇକଲ ର ପରିକଳ୍ପନା କରାଯାଇଛି,  ଯାହା ଡିଉଟି ରେ ଥିବା ରେଳ କର୍ମଚାରୀ ମାନଂକୁ  ରେଳ ଟ୍ରାକ ଦୈନିକ ଯାଞ୍ଚ  କାର୍ଯ୍ୟ ରେ ସହାୟକ ହେବ l
ଏହି ରେଳ ସାଇକଲ ଗୁଡିକ ସାଇକଲt ବାଲାନ୍ସିଂ ନିମନ୍ତେ ଥିବା  ଡୋଲୀ ହୁଇଲ ବ୍ୟବହାର କରାଯାଇ ଖୋର୍ଦ୍ଧା ରୋଡ  ମଣ୍ଡଳ ର ପରମାନେଣ୍ଟ ୱେ ୟୁନିଟ ଦ୍ଵାରା  ଇନହାଉସ ପ୍ରସ୍ତୁତି ଦ୍ଵାରା ସମ୍ପନ୍ନ  ହୋଇଛି,  ଯାହାର  ବ୍ୟବହାର  ଭ୍ରାମ୍ୟମାଣ ପାଟ୍ରୋଲିଙ୍ଗ ରେ  କରାଯିବ l
ଖୋର୍ଦ୍ଧା ରୋଡ଼ ମଣ୍ଡଳ ର  ଅନ୍ତର୍ଗତ  18 ଟି  ପି ୱେ  ୟୁନିଟ ମଧ୍ୟରୁ 8 ଟି ୟୁନିଟ ଯଥା  ବ୍ରହ୍ମପୁର,  ସୋମପେଟା, ଖୋର୍ଦ୍ଧା ରୋଡ଼, ଗୋରଖନାଥ, କଟକ, ଭଦ୍ରକ, ଯାଜପୁର କେଉଁଝର ରୋଡ଼  ଓ  ଢେଙ୍କାନାଳ ୟୁନିଟ ଏହି ସାଇକଲ ଗୁଡିକୁ  ପ୍ରସ୍ତୁତ କରିଛନ୍ତି l
ଏହି ସାଇକଲ ଗୁଡିକ ରେଳ କର୍ମଚାରୀ ମାନଙ୍କୁ ସବୁ ଋତୁରେ ସହାୟକ ହେବ l ବର୍ଷା ଋତୁରେ ଅନିଚ୍ଛାକୃତ ଭାବେ ଟ୍ରେନ ସେବା ରେ ବିଳମ୍ବ ଘଟି  ବେଳେ ବେଳେ  ପରିସ୍ଥିତି  ଅତ୍ୟନ୍ତ ଗମ୍ଭୀର ହୋଇଯାଇଥାଏ  l  ଭୀଷଣ ବର୍ଷାପାତ ପରେ  ପୋଲ ଆପ୍ରୋଚ ସ୍ଥାନ  ଏବଂ ଅନ୍ୟାନ୍ୟ ଦୁର୍ବଳ ସ୍ଥାନ ମାନଙ୍କରେ ଏହି ସାଇକଲ ଦ୍ଵାରା ଅତି କମ ସମୟ ମଧ୍ୟରେ ସହଜ ରେ କର୍ମଚାରୀ ମାନେ ନିରୀକ୍ଷଣ ପାଇଁ ପହଂଚି ପାରିବେ l ଅପାତକାଳୀନ ସ୍ଥିତି ରେ,  ଏହି ସାଇକଲ   ଗ୍ରୀଷ୍ମ ଋତୁ ସମୟରେ ମଧ୍ୟ  ପାଟ୍ରୋଲିଙ୍ଗ t ରେ ସହାୟକ ହୋଇପାରିବ l
ଏହି ରେଳ ସାଇକଲ ଗୁଡିକ ର  ହାରାହାରି ବେଗ ଘଣ୍ଟା ପ୍ରତି 10କିମି  ଏବଂ ଘଣ୍ଟା ପ୍ରତି ସର୍ବାଧିକ 15 କିମି ବେଗରେ  ଗତି କରିପାରେ l  ଏହାର  ଓଜନ 30କେଜି  ଓ ଏହା ଅତି ସହଜ ରେ  ଜଣେ ବ୍ୟକ୍ତିଙ୍କ  ଦ୍ଵାରା ଉଠାଇ ହେବ  ,  ଯୋଡ଼ା ଯାଇ ପାରିବ ଓ  ଖଣ୍ଡ ଖଣ୍ଡ କରି ଅଲଗା କରାଯାଇ ପାରିବ l
କୋଭିଡ 19 ବିଶ୍ୱ ମହାମାରୀ ପ୍ରକୋପ ଜାରି ରହି ଥିବା କାରଣ ରୁ ,  ମଣ୍ଡଳ ର କେତେକ ସେକ୍ସନରେ ଯାତାୟତ ବନ୍ଦ ରହିଛି l ଏହି ସେକ୍ସନ ଗୁଡିକ ରେ ରେଳ ସାଇକଲ ଗୁଡିକୁ ପାଟ୍ରୋଲିଙ୍ଗ, ସୁରକ୍ଷା ଓ ନିରାପତ୍ତା ଉଦ୍ଦେଶ୍ୟରେ  ବ୍ୟବହାର କରାଯାଇପାରିବ l

 

Leave A Reply