Odisha news

ଭାରତୀୟ ରେଳର ଚାଷୀ ମାନଙ୍କ ପାଇଁ ନୂଆ ପଦକ୍ଷପ

0

ନୂଆଦିଲ୍ଲୀ : ଭାରତୀୟ ରେଳ ଚାଷୀ ମାନଙ୍କର ବ୍ୟବସାୟକୁ ବଢାଇବା ପାଇଁ ଗୋଟିଏ ମହତ୍ୱ ପୂର୍ଣ୍ଣ କାର୍ଯ୍ୟ କରିବାକୁ ଯାଉଛି l କରୋନା ମହାମାରୀ ଗମ୍ଭୀର ପରିସ୍ଥିତିରେ ମଧ୍ୟରେଳ ଚାଷୀ ମାନଙ୍କ ପାଇଁ ପାର୍ସଲ ଟ୍ରେନ ଚଳେଇବାକୁ ଯାଉଛି l ଚାଷୀ ମାନଙ୍କର ସୁବିଧା ପାଇଁ ଦେବଲାଲୀ ଓ ଦିନପୁର ମଧ୍ୟରେ କିସାନ ସ୍ପେଶାଲ ପାର୍ସଲ ଟ୍ରେନ ଚଳାଇବା ପାଇଁ ଫଇସଲା କରିଛି l ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନ ଜରିଆରେ ଚାଷୀ ମାନେ ନିଜର କ୍ଷେତର ପାରିବ ,ଫଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ବୁକିଙ୍ଗ କରି ପରିବର l

ମଧ୍ୟରେଳର ଏହି କିସାନ ପାର୍ସଲ ଟ୍ରେନ ୭ ଅଗଷ୍ଟରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତେକ ଶୁକ୍ରବାର ଦେବଲାଲୀରୁ ଦିନାପୁର ଯିବ ଓ ଦିନାପୁର ରୁ ଦେବଲାଲୀ ପ୍ରତ୍ୟକ ରବିବାର ଫେରିବା l ଏହି କିସାନ ସ୍ପେଶାଲ ଟ୍ରେନରେ ଦଶଟି ପାର୍ସଲ ଭ୍ୟାନ୍ ଓ ଗୋଟିଏ ଲଗେଜ ବ୍ରେକ ଭ୍ୟାନ୍ ରହିଛି l ଏହି ରେଳ ନାସିକ ରୋଡ଼ ,ମନମାର ,ଜଲ ଗାଁ ,ଭୁଷାବଲ ,ଇଟା ରସି ଇତ୍ୟାଦି ଷ୍ଟେସନ୍ ରେ ଅଟକିବ l ରେଳବାଇ ରୁ ମିଳିଥିବା ସୂଚନା  ଅନୁସାରେ ଚାଷୀ ମାନଙ୍କର ସୁବିଧା ପାଇଁ ରେଳବାଇ ଏହି ପଦକ୍ଷପ ନେଉଛି l

Leave A Reply