Odisha news

୨୦୨୦ ସେପ୍ଟେମ୍ବର ମାସରେ ଭାରତୀୟ ରେଳବାଇ ଦ୍ୱାରା ୧୦୨.୧୨ ନିୟୁତ ଟନ ପଣ୍ୟ ବୋଝେଇ ଯେକୌଣସି ସେପ୍ଟେମ୍ବର ମାସ ଠାରୁ ସର୍ବୋକୃଷ୍ଟ

0
√ ■ ୨୦୧୯ ସେପ୍ଟେମ୍ବର ମାସରେ ପୂର୍ବତଟ ରେଳପଥ ୧୪.୫୮ ନିୟୁତ ଟନ ପଣ୍ୟ ପରିବହନ କରିଥିଲା |

√ ■ କେବଳ ଅଗଷ୍ଟ, 2020 ରେ ପୂର୍ବତଟ ରେଳପଥ  ୧୫.୧୧ ନିୟୁତ ଟନ ପଣ୍ୟ ପରିବହନ କରିଛି |

√ ■ ସେପ୍ଟେମ୍ବର, 2019 ରେ ପୂର୍ବତଟ ରେଳପଥ ଦୈନିକ ୭୩୫୧ ଟି ୱାଗନ୍ ରେ ପଣ୍ୟ ବୋଝେଇ କରୁଥିଲା ବେଳେ ସେପ୍ଟେମ୍ବର, ୨୦୨୦ ରେ ଦୈନିକ ପ୍ରାୟ ୮୧୧୪ ଟି ୱାଗନ୍ ରେ ପଣ୍ୟ ବୋଝେଇ କରାଯାଇ ପରିବହନ କରାଯାଇପାରିଛି |

ଅଧିକ ପଣ୍ୟ ପରିବହନ ର ଲକ୍ଷ୍ୟ ସାଧନରେ, ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି I ୨୦୨୦ ସେପ୍ଟେମ୍ବର ମାସ ରେ ପଣ୍ୟ ବୋଝେଇ ଓ ପରିବହନ ବିଗତ ସେପ୍ଟେମ୍ବର ମାସ ମାନଙ୍କ ପଣ୍ୟ ପରିବହନ କୁ ଭାରତୀୟ ରେଳବାଇ ଅତିକ୍ରମ କରିପାରିଛି | ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ, ୨୦୨୦ ସେପ୍ଟେମ୍ବର ମାସରେ ଭାରତୀୟ ରେଳବାଇ ୧୦୨.୧୨  ନିୟୁତ ଟନ୍ ପଣ୍ୟ ପରିବହନ କରିଛି, ଯାହା ଗତ ବର୍ଷର ସେପ୍ଟେମ୍ବର ମାସ ପଣ୍ୟ ପରିବହନ ଠାରୁ ୧୩.୫୯ ନିୟୁତ ଟନ୍ ତଥା ୧୫.୩୫ ଶତକଡା ବୃଦ୍ଧି କରିପାରିଛି | ୨୦୧୯ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ରେଳବାଇ ୮୮.୫୩ ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା I

ଭାରତୀୟ ରେଳବାଇ ଦ୍ୱାରା ଗତ ସେପ୍ଟେମ୍ବର ମାସରେ ସର୍ବାଧିକ ୧୦୨.୧୨ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଏକ ପ୍ରମୁଖ ଅଂଶ ପ୍ରଦାନ କରିଛି | ୨୦୨୦ ସେପ୍ଟେମ୍ବର ମାସରେ ପୂର୍ବତଟ ରେଳପଥ 16.16 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ୨୦୧୯ ସେପ୍ଟେମ୍ବର ମାସ ଠାରୁ ୧.୫୮ ନିୟୁତ ଟନ୍ ଅଧିକ ବା ୧୦.୯ ଶତକଡା ବୃଦ୍ଧି ଆଣି ପାରିଛି | ୨୦୧୯ ସେପ୍ଟେମ୍ବର ମାସରେ ପୂର୍ବତଟ ରେଳପଥ ୧୪.୫୮ ନିୟୁତ ଟନ ପଣ୍ୟ ପରିବହନ କରିଥିଲା |  କୋଭିଡି ୧୯ ପ୍ରୋଟୋକଲକୁ ପାଳନ କରି ଲକ ଡାଉନ ସମୟରେ ପୂର୍ବ ତଟ ରେଳ ପରିସୀମାରେ ଥିବା ଶିଳ୍ପ ଏବଂ ଖଣିଜ ୟୁନିଟ୍ ଗୁଡିକରେ ତାଲା ପଡିବା ସହ କାର୍ଯ୍ୟ ବନ୍ଦ କରାଯିବ ଏବଂ କମ୍ କର୍ମଜୀବୀ ନେଇ କାର୍ଯ୍ୟ କରିବା ସତ୍ୱେ ପୂର୍ବତଟ ରେଳପଥ ଏହି ସଫଳତାକୁ ହାସଲ କରିଛି |

ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇବାକୁ ପୂର୍ବତଟ ରେଳପଥ ସେପ୍ଟେମ୍ବର, ୨୦୨୦ ରେ ଦୈନିକ ୮୧୧୪ ଟି ୱାଗନ୍ ବ୍ୟବହାର କରିଛି ଯାହା ସେପ୍ଟେମ୍ବର ୨୦୧୯ ତୁଳନାରେ ଦୈନିକ ୭୬୩ ଟି ଅଧିକ ୱାଗନ୍ ରେ ପଣ୍ୟ ବୋଝେଇ କରି ୧୦.୪ ଶତକଡା ବୃଦ୍ଧି ଆଣିପାରିଛି | ସେପ୍ଟେମ୍ବର, ୨୦୧୯  ରେ ପୂର୍ବତଟ ରେଳପଥ ପଣ୍ୟ ବୋଝେଇ ପାଇଁ ଦୈନିକ ପ୍ରାୟ ୭୩୫୧ଟି  ୱାଗନ୍ ବ୍ୟବହାର କରିଥିଲା |

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୁଷଣଙ୍କ ଦକ୍ଷ ନେତୃତ୍ୱରେ ବ୍ୟବସାୟ ବିକାଶ ୟୁନିଟ୍ ମାଧ୍ୟମରେ ମାଲ ପରିବହନ କାର୍ଯ୍ୟର ନିରନ୍ତର ସମୀକ୍ଷା, ଲଜିଷ୍ଟିକ୍ କ୍ଷେତ୍ରରେ ସ୍ଥିରତା ଏବଂ ନିଶ୍ଚିତତା ସହିତ ଅଭିନବ ନୀତି ପ୍ରସ୍ତୁତ କରିବା, ରେଳରୁ ମୋଡାଲ୍ ଗମନାଗମନ ପାଇଁ ନୂତନ ମାର୍ଗକୁ ଆକର୍ଷିତ କରିବା ଇତ୍ୟାଦି ଯୋଗୁଁ ପଣ୍ୟ ବୋଝେଇ କ୍ଷେତ୍ରରେ ଏହି ସଫଳତା ହୋଇପାରିଛି |

ଏହି ସଫଳତା ପାଇଁ ପୂର୍ବତଟ ରେଳପଥ ଏହାର ତିନିଟି ରେଳମଣ୍ଡଳର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଶ୍ରେୟ ଦେବା ସହ କୋଲିୟରି, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗକୁ ପ୍ରଶଂସା କରିଛି |

Leave A Reply