ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା : ପୁରୀରୁ ପଶ୍ଚିମ ଭାରତକୁ ଚଳାଚଳ କରୁଥିବା କେତେକ ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ତା
ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇ ଯୋଡ଼ା ବିସେ ଟ୍ରେନ ସେବାକୁ ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ବେଳେ ପୁରୀରୁ ପଶ୍ଚିମ ଭାରତକୁ ଚଳାଚଳ କରୁଥିବା କେତେକ ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା ନିମନମୋତେ କରାଯାଇଅଛି |
ଟ୍ରେନର ସେବା ବୃଦ୍ଧି:
A: 02449/02450 ଶାଲିମାର-ସିକନ୍ଦରାବାଦ-ଶାଲିମର ସ୍ପେଶାଲ୍ ସେବାକୁ ଶାଲୀମାର ଠାରୁ 4 ଅଗଷ୍ଟରୁ 29 ସେପ୍ଟେମ୍ବର, 2021 ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ 6 ଅଗଷ୍ଟରୁ 1 ଅକ୍ଟୋବର, 2021 ପର୍ଯ୍ୟନ୍ତ ଚଳାଚଳ ସେବା ବୃଦ୍ଧି କରାଯାଇଛି |
B: 08637/08638 ହାଟିଆ-ବାଙ୍ଗାଲୋର କ୍ୟାଣ୍ଟ-ହାଟିଆ ସ୍ପେସିଆଲର ସେବାକୁ ହାଟିଆ ଠାରୁ 7 ଅଗଷ୍ଟରୁ 25 ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ 10 ଅଗଷ୍ଟରୁ 28 ସେପ୍ଟେମ୍ବର, 2021 ପର୍ଯ୍ୟନ୍ତ ଚଳାଚଳ ସେବା ବୃଦ୍ଧି କରାଯାଇଛି |
ଉପରୋକ୍ତ ଟ୍ରେନ୍ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡିକରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ |
ବିଶେଷ ଟ୍ରେନ୍ ପାଇଁ ଅତିରିକ୍ତ ରହଣି:
A. 08405/08406 ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ଦୋଣ୍ଡାଇଚାରେ ରହଣି ରହିବ |
B. 02973/02974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେଶାଲ୍ ଉଭୟ ଦିଗରୁ ଅମାଲନେର ଠାରେ ରହଣି ରହିବ |
C. 09493 ଗାନ୍ଧୀଧାମ-ପୁରୀ ସ୍ପେଶାଲ ଆନନ୍ଦ ଷ୍ଟେସନ ଠାରେ ରହଣି ରହିବ |
D. 02037/02038 ପୁରୀ-ଆଜମେର-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ସାବରମତୀ ଷ୍ଟେସନ ଠାରେ ରହଣି ରହିବ |
Comments are closed.