Odisha news

ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବାକୁ ମାର୍ଚ୍ଚ ମାସ ପହିଲା ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି

0

02892/02891 ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ମାର୍ଚ୍ଚ ମାସ ପହିଲା ଠାରୁ ଏବଂ ବାଙ୍ଗିରିପୋଷିରୁ ମାର୍ଚ୍ଚ ମାସ ୨ ତାରିଖ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

ଭୁବନେଶ୍ୱରରୁ ଏହି ଟ୍ରେନ୍ ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ବାଙ୍ଗିରିପୋଷିରେ ରାତ୍ର ୧୨ଘ.୦୫ମି.ରେ ପହଂଚିବାକୁ ଥିବାବେଳେ ଫେରିବା ପଥରେ ଏହି ଟ୍ରେନ ବାଙ୍ଗିରିପୋଷୀରୁ ଭୋର ୪ଘ.୨୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ |

ଏହି ଟ୍ରେନ ଭୁବନେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା,
ସୋରୋ, ବେଲେଶ୍ୱର, ରୁପ୍ସା, ଠାକୁରତୋଟା, ଜଗପୁରା, ଜୋଗଲ, ବେତନଟୀ, କୃଷ୍ଣଚନ୍ଦ୍ରପୁର, ବାରିପଦା ଓ ରାଜଲୁକା ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହି ଟ୍ରେନ ଗଠନରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର୍ କାର୍, ନଅଟି  ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ଉପଲବ୍ଧ ଅଛି |

1 ମାର୍ଚ୍ଚରୁ 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ ବାମ୍ରା ଠାରେ 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଧାରିତ ଷ୍ଟେସନରେ ଏହି ଟ୍ରେନ୍ ପାଇଁ ଅଟକି ରହିବ ନାହିଁ।

Leave A Reply