କାଠମାଣ୍ଡୁ ରେ ଗୋଟିଏ ବାର୍ ରେ ପାର୍ଟି କରୁଥିବାର ଦେଖିବାକୁ ମିଳିଥିଲା ରାହୁଲ୍ ଗାନ୍ଧୀ ଙ୍କୁ, ଏହି ଭାଇରାଲ ଭିଡିଓ ପଛରେ କଣ ରହିଛି ସତ୍ୟତା
ନୂଆଦିଲ୍ଲୀ : ସ୍ଥାନୀୟ ଗଣମାଧ୍ୟମ ର ସୂଚନା ଅନୁସାରେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ୍ ନେପାଳ ର କାଠମାଣ୍ଡୁ ରେ ଅଛନ୍ତି । ରାହୁଲ ଗାନ୍ଧୀ ସେଠାକୁ ସିଏନଏନ୍ ର ପୂର୍ବ ସମ୍ବାଦ ଦାତା, ନିଜର ବନ୍ଧୁ ସୁମନିମା ଉଦାସ ଙ୍କ ବିବାହ ସମାରୋହ ରେ ସାମିଲ ହେବା ପାଇଁ ନେପାଳ ଯାଇଛନ୍ତି ।
ତାଙ୍କ ପିତା ଭୂମ ଉଦାସୀ ମିଆଁମାର ରେ ନେପାଳ ରାଜଦୂତ ଭାବରେ କାର୍ଯ୍ୟ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ସୁମନୀମା ଙ୍କ ବିବାହ ନୀମା ମାର୍ଟିନ ସୋରପା ଙ୍କ ସହିତ ହେଉଛି ଓ ୫ ମଇ ରେ ବୌଦ୍ଧ ଙ୍କ ହାୟାତ୍ ରିଯେନ୍ସି ରେ ହୋଟେଲ ରେ ଔପଚାରିକ ଭାବରେ ରିସେପ୍ସନ୍ ଅନୁଷ୍ଠିତ ହେବ ।
ରାହୁଲ ଗାନ୍ଧୀ ଙ୍କ ର ପାର୍ଟି କରିବାର ଏହି ସ୍ଥାନର ଭିଡିଓ ଭାଇ ରାଲ୍ ହୋଇ ଯାଇଛି । ଯେଉଁଠାରେ ଅଧିକାଂଶ ଲୋକ ଏହାକୁ ନେଇ ଅନୁମାନ ଲଗାଇଲେ ଯେ ଏହା ରାହୁଲ ଗାନ୍ଧୀଙ୍କ ବର୍ତ୍ତମାନ୍ ସମୟର ଭିଡ଼ିଓ ।
କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ ଏହା ବର୍ତ୍ତମାନ୍ ଯାତ୍ରା ସମୟର ନା ଏହା ଅନେକ ଦିନର ପୁରୁଣା ଅଟେ । କିନ୍ତୁ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ କୁ ଦେଖି ଅଧିକାଂଶ ଲୋକ ମତ ଦେଇଛନ୍ତି ଏହା କାଠମାଣ୍ଡୁ ର ଅଟେ ।