ଗାଁ ଗହଳିରେ ବିଭିନ୍ନ ଖାଦ୍ୟ ମାନଙ୍କ ମଧ୍ୟରୁ ମାଣ୍ଡିଆ ଗୋଟିଏ । ପୂର୍ବରୁ ଏହା କେବଳ ଗାଁ ଗହଳିରେ ସୀମିତ ଥିଲା । ବର୍ତ୍ତମାନ୍ ଏହା ସହରୀ ଜୀବନରେ ମଧ୍ୟ ଖୁବ୍ ଆଦୃତ ହୋଇଛି । ମାଣ୍ଡିଆ ରେ ଶୂନ୍ୟ ପ୍ରତିଶତ କୋଳେଷ୍ଟ୍ରାଲ ଓ ସୋଡ଼ିୟମ ରହିଛି । ପୋଷାକ ତତ୍ତ୍ଵ ରେ ଭରପୁର ରହିଥିବା ମାଣ୍ଡିଆ ରେ କ୍ୟାଲସିୟମ , ଭିଟାମିନ , କାର୍ବୋହାଇଡ୍ରେଟ , ପ୍ରୋଟିନ ଓ ଫାଇବର ଅନେକ ମାତ୍ରାରେ ରହିଛି ।
* ଓଜନ ହ୍ରାସ କରେ – ମାଣ୍ଡିଆ ଶରୀରର ଅଧିକ ଚର୍ବି କୁ କମ୍ କରିଥାଏ । ଏଥିରେ ଫାଇବର ରହିଥିବା କାରଣରୁ ଦୀର୍ଘ ସମୟ ଧରି ଭୋକ ଲାଗିନଥାଏ । ମାଣ୍ଡିଆ ଓଜନ ହ୍ରାସ କରିବା ପାଇଁ ଗୋଟିଏ ଭଲ ଉପାୟ ।
* ଆସଟ୍ରିୟୋ ପୋରୋସିସ ସମସ୍ୟା ଦୂର କରେ – ମାଣ୍ଡିଆ ରେ କ୍ୟାଲସିୟମ ଅଧିକ ରହିଥିବା କାରଣରୁ ଏହା ହାଡ ଜନିତ ସମସ୍ୟା କୁ ଦୁର କରିଥାଏ । ଯଦି ଆପଣ ୧୦୦ଗ୍ରାମ ମାଣ୍ଡିଆ ଖାଇବେ ତେବେ ସେଥିରେ ୩୪୪ ମିଲିଗ୍ରମ୍ କ୍ୟାଲସିୟମ ରହିଛି । ହାଡକୁ ମଜବୁତ୍ କରୁଥିବା କାରଣରୁ ଆଣ୍ଠୁ ଗଣ୍ଠି ସମସ୍ୟା ମଧ୍ୟ ଦୁର ହୋଇଥାଏ ।
* ହୃତପିଣ୍ଡକୁ ସୁସ୍ଥ ରଖେ – ମାଣ୍ଡିଆ ରେ କୋଲେଷ୍ଟ୍ରାଳ ଓ ସୋଡ଼ିୟମ କମ ରହିଥିବା କାରଣରୁ ହୃତପିଣ୍ଡ ପାଇଁ ସୁରକ୍ଷିତ । ଏଥିରେ ଆଇରନ , ମଗ୍ନେଶିୟମ ଓ ଫାଇବର ଅଧିକ ରହିଥିବା କାରଣରୁ ହୃତପିଣ୍ଡ ସୁସ୍ଥ ରଖେ ଓ ରକ୍ତଚାପ ନିୟନ୍ତ୍ରିତ କରେ ।
* ମଧୁମେହ ପାଇଁ ହିତକର – ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଖାଇବା ଉଚିତ୍ । ମାଣ୍ଡିଆ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । ଚାଉଳ ଓ ଅଟା ତୁଳନାରେ ଅଧିକ ଫାଇବର ରହିଛି ।ମାଣ୍ଡିଆ ର ଗ୍ଲାଇ ସେମିକ୍ ଇଣ୍ଡେକ୍ସ ଖୁବ୍ କମ ଅଟେ ।
