ନୂଆଦିଲ୍ଲୀ : ପାକିସ୍ତାନ ସରକାର ନୂଆ ଆଣ୍ଟି ରେପ୍ ଲ କୁ ନେଇ ସିରିଏଲ ର୍ରେପିସ୍ଟ କୁ ନପୁଂସକ କରିବାର ଦଣ୍ଡର ପ୍ରଭାଧାନ କୁ ହଟାଇ ଦେଇଛନ୍ତି l ଇମ୍ରାନ ସରକାର ରେ କାନୁନ ମନ୍ତ୍ରୀ ଥିବା ଫାରୋଗ ନସିମ ନିଜେ ଏହି ତଥ୍ୟ ପ୍ରଦାନ କରିଛନ୍ତି l ବୁଧବାର ଦିନ ଏହି ବିଲ ସଂସଦରେ ପାସ କରା ଯାଇଥିଲା l ସମସ୍ତ ମିଡ଼ିଆ ହାଉସ ରେ ଏହି ଖବର ଥିଲା କି ସରକାର କଟରପନ୍ଥୀଙ୍କ ବିରୋଧ ପରେ ମଧ୍ୟ ଅଦାଲତ ଦୁଷ୍କର୍ମ କରିଥିବା ଆରୋପିଙ୍କୁ ନପୁଂସକ କରିବା ପାଇଁ ଦଣ୍ଡ ବିଧାନ ଏହି ବିଲ ରେ ରଖିଛନ୍ତି l କିନ୍ତୁ କୁହାଯାଉଛି ଯେ ଏହି ନପୁଂସକ କରିବାର ନିୟମ ବଲାତ୍କାରୀ ପ୍ରତି ଲାଗୁ ହେବ ନାହିଁ l
ପାକିସ୍ତାନ କାନୁନ ମନ୍ତ୍ରୀ ନସିମ ଫାରୋଗ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ୟୁଟ୍ୟୁବ ଚାନେଲ ରେ ସାକ୍ଷାତକାର ଦେଇ କହିଛନ୍ତି ଯେ – ସଂସଦରେ ବିଲ ଦେବା ପରେ ସମ୍ପୂର୍ଣ ଶେଷ ମୁହୁର୍ତରେ ଆମେ ଏହାକୁ ପରିବର୍ତନ କରିଥିଲୁ l ଏହା ପରେ ବିଲ ପାସ କରାଯାଇଥିଲା l ଆମେ ନପୁଂସକ କରିବାର ପଏଣ୍ଟ କୁ ଏଥିପାଇଁ ହଟେଇଲୁ କାହିଁକି ନା କାଉନ୍ସିଲ ଅଫ ଇସ୍ଲାମିକ ଆଇଡୋଲଜୀ ଆମକୁ ଏହା କହିଥିଲା l ଆମ ସମ୍ବିଧାନ କହିଛି ଯେ ପାକିସ୍ତାନ ରେ ଯାହାବି ନିୟମ ହେବ ତାହା କୋରାନ ,ସୁନ୍ନତ ,ସିରିୟତ ବିରୁଦ୍ଧରେ ଯିବ ନାହିଁ l ସେଥିପାଇଁ ଆମେ ଏହାକୁ ହଟାଇ ଥିଲୁ l
ଆଗରୁ କୁହାଯାଇଥିଲା ନିୟମ କେବଳ ସେହି ଦୋଷୀ ମାନଙ୍କ ପାଇଁ ଅଟେ ଯେଉଁମାନେ ସିରିଏଲ ଦୁଷକର୍ମୀ ଅଟନ୍ତି l ଏହାର ଅର୍ଥ ଏଭଳି ଅପରାଧୀ ଯେଉଁ ମାନେ ବାରମ୍ବାର ଯୌନ ଅପରାଧ କରୁଛନ୍ତି l ଶୁଣାଣି ଏପରି ଅପରାଧୀ ଙ୍କର ୪ମାସ ମଧ୍ୟରେ ସମ୍ପୂର୍ଣ କରାଯିବ l ଏହାପରେ ଗୋଟିଏ କେମିକାଲ ପ୍ରୋସେସ ମାଧ୍ୟମରେ ଔଷଧ ଜରିଆରେ ସେମାନଙ୍କୁ ନପୁଂସକ କରାଯିବ l ସରକାରୀ ଏଜେନ୍ସି ଗୁଡିକ ଏହା ଉପରେ ତୀଖଣ ଦୃଷ୍ଟି ରଖିବେ l ବର୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ରେ ଯୌନ ନିର୍ଯାତନା ପାଇଁ ଆଜୀବନ କାରାଦଣ୍ଡ ଓ ମୃତ୍ୟୁ ଦଣ୍ଡ ରହିଛି l
