ଜିଲ୍ଲା ପ୍ରଶାସନ ପକ୍ଷରୁ ମହନଦୀରୁ ପବିତ୍ର ଜଳ ସଂଗ୍ରହ। ରାଜ୍ୟ By Sakala Khabar On Sep 30, 2022 0 Share ରଘୁନାଥପୁର:-୩୦/୯: ସ୍ୱାଧୀନତାର ଅମୃତ ମହୋତ୍ସବ ଓ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ରଘୁନାଥପୁର ବ୍ଲକ ତାରପୁର ସ୍ଥିତ ମହାନଦୀର ବାନାମ୍ବର ଘାଟରୁ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଛି।ଜିଲ୍ଲା ସିଡିଓ କମ ଇଓ ରୁଦ୍ରନାରାୟଣ ଦାଶଙ୍କ ତତ୍ୱବାଧାନରେ କଲଚରାଲ ଅଫିସର ଘାଟରୁ ଏକ କଳସରେ ଜଳ ଆଣିଥିଲେ।ପୂଜାର୍ଚ୍ଚନା କରାଯାଇ ଜଳପୁର୍ଣ କଲସକୁ ଭଜନ କୀର୍ତ୍ତନ କରାଯାଇ ଏକ ଶୋଭାଯାତ୍ରାରେ ବାଇପାସ ପର୍ଯ୍ୟନ୍ତ ନିଆଯାଇଥିଲା।ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ,ସ୍ଥାନୀୟ ସରପଞ୍ଚ ସୁଷମା ମଲ୍ଲିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵଜିତ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ମଲ୍ଲିକ ଓ ରିନାରାଣୀ ମଲ୍ଲିକ, ସାମାଜିକ କର୍ମୀ ପ୍ରଭାକର ମଲ୍ଲିକ, ଅନୁପ ପ୍ରସାଦ ସ୍ବାଇଁ,ଚନ୍ଦ୍ରଶେଖର ସିଂହ ,ସରୋଜ ଦାଶ ଓ ଅନ୍ତର୍ଯ୍ୟାମୀ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। 0 Share