Odisha news

କାତ୍ତାୟନୀ ବେଶ ରେ ଦର୍ଶନ ଦେଲେ ମା ମଙ୍ଗଳା

0
କାକଟପୁର 30/9   ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ଆଜି ଷଷ୍ଠୀ ତିଥି ହୋଇଥିବାରୁ ମା ଙ୍କ କାତ୍ତାୟନୀ ବା କାତିଖର୍ପର ବେଶ ଅନୁଷ୍ଠିତ ହୋଇଛି। ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ଲାଗି କରାଯାଇଥିବାବେଳେ ଆଜି ତୀରଣ ଲାଗି କରାଯାଇଛି। ଆଜି ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କୁ ଏହି ବେଶ ରେ ଦର୍ଶନ କରିଥିଲେ । ସପ୍ତମୀ ତିଥି ଶନିବାର ରାତିରେ ମା ଙ୍କ ପ୍ରସିଦ୍ଧ ସିଂହ ବାହିନୀ ଵେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ବିରଞ୍ଚି ନାରାୟଣ ବେହରା ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ କୈଳାସ ଦାଶ ସୂଚନା  ଦେଇଛନ୍ତି । ଶାରଦୀୟ ପାର୍ବଣ ପୂଜା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଭିଡ଼ ଲାଗୁଛି। ଉତ୍ସବ ମୁଖର ହୋଇଉଠିଛି କାକଟପୁର ଅଞ୍ଚଳ।
Ad2
Leave A Reply