Odisha news

ବି-ଟାଉନ ରେ ପରିଣୀତୀ ଚୋପ୍ରା ଓ ରାଘବ ଚଢା ଙ୍କ ପ୍ରେମ କାହାଣୀ ସମ୍ପତି କୁ ନେଇ ଚର୍ଚା

0

ବି-ଟାଉନ ଆଜିକାଲି ନୂଆ ଯୋଡି ରାଘବ ଚଢା ଓ ପରିଣୀତି ଚୋପ୍ରାଙ୍କ ପ୍ରେମ କାହାଣୀକୁ ନେଇ ଖୁବ ଚର୍ଚାରେ ରହିଛି l  ପରିଣୀତୀ ବଲିଉଡ ର ଜଣେ ଜଣାଶୁଣା ନାୟୀକ ହୋଇଥିବା ବେଳେ ରାଘବ ଆମ ଆଦମୀ ପାର୍ଟି ର ଜଣେ ଜଣାଶୁଣା ନେତା l  ଉଭୟଙ୍କୁ ଅନେକ ସ୍ଥାନରେ ମିଳିତ ଭାବରେ ଦେଖିବାକୁ ମିଳୁଛି l ମୃଦୁ ଗୁଞ୍ଜରଣ ମଧ୍ୟ ଏଭଳି ଶୁଣିବାକୁ ମିଳୁଛି ଯେ ଉଭୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି l ବର୍ତମାନ ଏହି ଯୋଡି ଯେତେ ଲୁଚି ଲୁଚି ବୁଲିଲେ ମଧ୍ୟ ଗଣମାଧ୍ୟମ ଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି l ପରିଣୀତୀ ଓ ରାଘବ ଙ୍କୁ ନିକଟରେ ଗଣମାଧ୍ୟମ ଏକାଠି ଦେଖି ଥିଲେ ଓ ରାଘବ ଙ୍କୁ ପ୍ରଶ୍ନ କରିଥିଲେ ପରିଣୀତି ଙ୍କ ବିଷୟରେ l ଯାହାର ଉତ୍ତର ରେ ରାଘବ କହିଥିଲେ ମତେ ପରିଣୀତୀ ନୁହେଁ, ରାଜନୀତି ବିଷୟରେ ପ୍ରଶ୍ନ କର l ଉଭୟଙ୍କ ପ୍ରଶଂସକ ଶ୍ରଦ୍ଧାରେ ରାଘନୀତି ବୋଲି ସମ୍ବୋଧନ କରୁଛନ୍ତି l

ପରିଣୀତି ଙ୍କ ନିକଟରେ ପାଖାପାଖି ୬୦ କୋଟିର ସମ୍ପତି ରହିଛି, ଏହାଛଡା ସେ ବିଜ୍ଞାପନ ରୁ ମଧ୍ୟ ପଇସା ରୋଜଗାର କରନ୍ତି l  ଆହୁରି ମଧ୍ୟ ସୂଚନା ଯୋଗ୍ୟ ଯେ ପରିଣୀତି ଗୋଟିଏ ୨୨ କୋଟି ଟଙ୍କା ମୂଲ୍ୟ ର ଘରର ମାଲିକାଣୀ ଅଟନ୍ତି l ଅନେକ ଗୁଡିଏ ଲଗଜୁରୀ ଗାଡି ମଧ୍ୟ ରହିଛି l ଯାହାର ମୂଲ୍ୟ ଆକଳନ କରାଯାଇ ନାହିଁ l  ଲୋକସଭା ମତଦାନ ସମୟରେ ରାଘବ ଚଢା କହିଥିଲେ ଯେ ତାଙ୍କ ନିକଟରେ ୧୬, ୫୦, ୦୦୦ ସମ୍ପତି ରହିଥିବା ବେଳେ, ତାଙ୍କ ଆୟ ହେଉଛି ୨, ୨୦, ୦୦୦ ଅଟେ l ରାଘବ ଙ୍କ ଲାଇଫ ଷ୍ଟାଇଲ ମଧ୍ୟ ଖୁବ ଲଗଜୁରୀ ଅଟେ l କିନ୍ତୁ ସେ ଜଣେ ଖୁବ ସିମ୍ପଲ ବ୍ୟକ୍ତି ଅଟନ୍ତି l  ରାଘବ ଙ୍କ ଵିକଟରେ ଗୋଟିଏ ସ୍ବିଫ୍ଟ ଡ଼ିଜାୟର ଗାଡି ରହିଥିବାର ସୂଚନା ମିଳିଛି l

Leave A Reply