ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଫୁଟବଲ ପ୍ରତିଯୋଗିତରେ ମୟୂରଭଞ୍ଜର ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକା ଏବଂ ୧୪ ବର୍ଷରୁ କମ ବାଳିକା ତିନୋଟି ବିଭାଗ ରନର୍ସଅଫ
ବାରିପଦ : ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଓ ୧୭ବର୍ଷ ରୁ କମ ବାଳକ ଓ ବାଳିକା ରଗବୀ ଫୁଟବଲ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ-୬ ଠାରେ ଅକ୍ଟୋବର ୨୭ ରୁ ୨୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକକ୍ଷରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ ତତ୍ତ୍ୱାବଧାନରେ ବାଳକ ଟିମ ମ୍ୟାନେଜର ଭାବେ ଶୁଳିଆପଦା ବ୍ଲକ ଅନ୍ତର୍ଗତ ନବଜୀବନ ସରକାରୀ ଉଚ୍ଚ ବିଦ୍ୟାଳୟ, ସିଙ୍ଗିଡାର ପିଇଟି ତାରିଣୀ ସେନ ନାୟକ ଓ ବାଳିକା ଟିମ ମ୍ୟାନେଜର ଭାବେ ବାରିପଦା ବ୍ଲକ ଅନ୍ତର୍ଗତ ଆଦାନୀ କିସ ରେସିଡେଣ୍ଟିଆଲ ସ୍କୁଲର ପିଇଟି ରୂପାଲୀ ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଟିମ ଯୋଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ୧୭ବର୍ଷରୁ କମ ବାଳକ ଟିମ କ୍ୱାଟର ଫାଇନାଲରେ ଯାଜପୁରକୁ ହରାଇ, ସେମିଫାଇନାଲରେ ବାଲେଶ୍ୱରକୁ ପରାସ୍ତ କରି ଫାଇନାଲରେ ଭୁବନେଶ୍ୱର ସହିତ ଖେଳି ରନର୍ସଅଫ ହୋଇଛି । ସେହିପରି ୧୭ବର୍ଷରୁ କମ ବାଳିକା ଟିମ ସେମିଫାଇନାଲରେ ପୁରୀକୁ ହରାଇ ଫାଇନାଲରେ ଭୁବନେଶ୍ୱର ସହିତ ଖେଳି ରନର୍ସଅଫ ହୋଇଛି । ସେହିପରି ୧୪ବର୍ଷରୁ କମ ବାଳିକା ଟିମ ସେମିଫାଇନାଲରେ ବରଗଡ଼କୁ ପରାସ୍ତ କରି ଫାଇନାଲରେ ଭୁବନେଶ୍ୱର ସହିତ ଖେଳି ରନର୍ସଅଫ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏହି ଟିମ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।