ଉତ୍ସବ ମୁଖର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବାରିପଦା ଠାରେ ଅନୁଷ୍ଠିତ ହେଲା ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା କାର୍ଯ୍ୟକ୍ରମ “ପଥଉତ୍ସବ”
ବାରିପଦା : ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ତଥା ଭୋଟର ସଚେତନତା କାର୍ଯ୍ୟକ୍ରମକୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ଏକ ଅଭିନ୍ୱ ପ୍ରୟାସ “ପଥ ଉତ୍ସବ’ । ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିନୀତ ଭରଦ୍ୱାଜଙ୍କ ତତ୍ତ୍ୱାବଧାନରେ ଭୋଟର ସଚେତନତା ସମ୍ବନ୍ଧିତ “ପଥ ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ କହିଥିଲେ କି ଏକ ସୁଦୃଢ ଗଣତନ୍ତ୍ର ଓ ବିକାଶନମୁଖୀ ରାଷ୍ଟ୍ର ପାଇଁ ପ୍ରତ୍ୟେକଟି ଭୋଟ ମୂଲ୍ୟବାନ । ତେଣୁ ପ୍ରତ୍ୟେକ ଯୋଗ୍ୟ ଭୋଟର ନିର୍ବାଚନରେ ତାଙ୍କର ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ଉଚିତ । ଆଜିର ଉକ୍ତ ଉତ୍ସବର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ନିର୍ବାଚନରେ ସମସ୍ତ ଯୋଗ୍ୟ ଭୋଟର ମାନଙ୍କ ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଚେତନତା ସୃଷ୍ଟି କରିବା । ବିଶେଷ କରି ୧୭-୧୮ ବର୍ଷ ବର୍ଗ ର ସମ୍ଭାବ୍ୟ ଯୁବ ମତଦାତା ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ସହ ମତଦାନ ପାଇଁ ସଚେତନ କରାଇବା । ତେଣୁ ଜିଲ୍ଲାପ୍ରଶାସନର ଉଦ୍ୟମ ତଥା ଜନସାଧାରଣଙ୍କ ସହଯୋଗ ସର୍ବୋପରି ବିଭିନ୍ନ ଗଣମାଧ୍ୟମର ସହଯୋଗରେ ଉକ୍ତ ପଥ ଉତ୍ସବ ସମ୍ପୂର୍ଣ୍ଣ ସଫଳ ହେବା ସହ ମତଦାତାଙ୍କ ମଧ୍ୟରେ ନିଶ୍ଚିତ ଭାବେ ବ୍ୟାପକ ସଚେତନତା ସୃଷ୍ଟି କରିବ, ଯଦ୍ୱାରା ଆଗାମୀ ୨୦୨୪ ମସିହା ଜାନୁଆରୀ ୫ତାରିଖ ରେ ପ୍ରକାଶିତ ହେବାକୁ ଥିବା ଆମ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ଏକ ତ୍ରୁଟି ଶୁନ୍ୟ ଭୋଟର ତାଲିକା ଭାବେ ପ୍ରକାଶ ପାଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଆଶା ପୋଷଣ କରିଥିଲେ । ନିର୍ବାଚନ କମିଶନରଙ୍କ ନିଦେ୍ର୍ଦଶ କ୍ରମେ ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ବାର୍ତ୍ତା ବହନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଲୋକ କଳା, ଛଉ, ସମ୍ବଲପୁରୀ ନୃତ୍ୟ ଓ ପାଲା ଇତ୍ୟାଦି ପରିବେଷଣ କରାଯାଇଥିଲା । ଏହାପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ୱାକାଥନକୁ ସହର ପରିକ୍ରମା ପାଇଁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ୱାକାଥନ ଆନନ୍ଦ ଉଲ୍ଲାସ ପରିବେଶ ମଧ୍ୟରେ ସହର ପରିକ୍ରମା କରିଥିଲା । ଯୁବ ଭୋଟର ମାନେ ଉତ୍ସାହ ଉଦ୍ଦୀପନା ସହ ଗଣତନ୍ତ୍ରରେ ମତଦାତାଙ୍କ କର୍ତ୍ତବ୍ୟ, ଅଧିକାର ଓ ମତଦାନର ମହତ୍ତ୍ୱ ବହନ କରୁଥିବା ବିଭିନ୍ନ ସଚେତନଧର୍ମୀ ବାର୍ତ୍ତା ଲୋକ ମାନଙ୍କ ପହଞ୍ଚାଇ ଥିଲେ । ଏତଦ୍ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଭୋଟର ସହାୟତା କେନ୍ଦ୍ର ଜରିଆରେ ଯେଉଁ ଥିରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ସହ ଭୋଟର ତାଲିକାରେ ବିଭିନ୍ନ ସଂଶୋଧନ ସମ୍ଭନ୍ଧୀୟ ପ୍ରକ୍ରିୟା ଜନସାଧାରଣଙ୍କୁ ଅବଗତ କରିବା ସହ ଅନଲାଇନରେ କିମ୍ବା ମୋବାଇଲ ଫୋନ ଦ୍ୱାରା ଏସବୁ କାର୍ଯ୍ୟ କିପରି ହୋଇପାରିବ ସେ ବିଷୟରେ ଲୋକମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି