Odisha news

ରଣପୁର ରେ ଗଜଲକ୍ଷ୍ମୀ ପୂଜା ଓ କୁମାରପୂର୍ଣ୍ଣିମା ପାଳିତ : ଚନ୍ଦ୍ରଗ୍ରହଣ ସମୟନୁସାରେ ଉପବାସ ପାଳିଲେ କୁମାରୀ ଝିଅ 

0
ରଣପୁର :  ଶନିବାର ରଣପୁର ବ୍ଲକ ର ସମସ୍ତ ପୁର ପଲ୍ଲୀ ରେ କୁମାର ପୂର୍ଣ୍ଣମୀ ଉତ୍ସବ ଓ ଗଜଲକ୍ଷ୍ମୀ ପୂଜା  ଖୁବ ଧୁମଧାମ ରେ ପାଳିତ ହୋଇଯାଇଛି.. ରଣପୁର ଏନ. ଏସି ର ପୋଷ୍ଟ ଅଫିସ ଛକ ଓ ପଞ୍ଚୁଦୋଳ ପଡିଆ ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି ସେହିଭଳି   କୁମାର ପୂର୍ଣ୍ଣିମା ଅବସରରେ  କୁମାରୀ ଝିଅ ମାନଙ୍କର   ବଡପର୍ବ  ହୋଇଥିବାରୁ ।  ଏହି  ଦିନରେ ଚଉରା ମୂଳରେ ଅର୍ଘ୍ୟ ଅର୍ପଣ କରାଇ  ଚନ୍ଦ୍ରକୁ ପୂଜାର୍ଚ୍ଚନା  କରିବାର ପରମ୍ପରା ରହିଛି । କୁମାରୀ ମାନେ ଚନ୍ଦ୍ରକୁ ବନ୍ଦାପନା କରି କରି ପୂଜାର୍ଚ୍ଚନା କରିଥାନ୍ତି । କୁମାରୀ ଝିଅ ମାନେ ରାତି ରୁ ଉଠି ଗାଧୁଆ ପାଧୁଆ ସାରି ନୂଆ ପୋଷାକ ପିନ୍ଧି ସାଜ ବାଜ ହୋଇ   ପାହନ୍ତା ରୁ  ଚନ୍ଦ୍ରଙ୍କୁ ଲିଆ ଅଞ୍ଜୁଳି ଟେକି ବ୍ରତ  ପାଳନ କରିଥାନ୍ତି । ଏବଂ ସଂନ୍ଧ୍ୟା ରେ ଆକାଶ ରେ  ଚାନ୍ଦ ଆସିଲା ପରେ ଚାନ୍ଦ ପୂଜା କରି ଏହି ବ୍ରତ ଭାଙ୍ଗି ବାର ନିୟମ ରହିଥିବା  ବେଳେ   ।  ଆଜିର ଦିନ ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଯାହାକୁ ନେଇ ଚନ୍ଦ୍ର ଗ୍ରହଣ ନିୟମ  ସମୟ ଅନୁସାରେ ସମସ୍ତ ପରମ୍ପରା ପାଳନ କରାଯାଇଛି ।   ଭୋରୁ ଉଠି କୁମାରୀ ମାନେ ଲିଆ ଅଞ୍ଜୁଳୀ ଦେଇ ଦିନ ୩.୩୦ ସୁଦ୍ଧା ସମସ୍ତ ପୂଜାର୍ଚ୍ଚନା ସାରି କୁମାର ପୂର୍ଣ୍ଣିମା ବ୍ରତ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ଏବଂ ଘରେ ଘରେ ପୀଠ ପଣା ପ୍ରସ୍ତୁତ କରାଯାଇଥିଲା  ତେବେ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ରଗ୍ରହଣ ପଡିଥିବାରୁ ସାମାନ୍ୟ ଫିକା ପଡିଛି କୁମାର ପୂର୍ଣ୍ଣିମା ଉତ୍ସବ ।  ସେହିପରି ଏହି ଉତ୍ସବ ରଣପୁର. ଗୋପାଳପୁର ଚାନ୍ଦପୁର. ଦର୍ପନାରୟଣପୁର ସୁନାଖଳା ଆଦି ଜାଗା ରେ ପାଳିତ ହୋଇଯାଇଛି..  କୁମାରପୂର୍ଣ୍ଣିମାର ଠିକ୍ ପରଦିନ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ । ୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।

Leave A Reply