ଆର,ଉଦୟଗିରି : ଆର,ଉଦୟଗିରି ଗ୍ରାମର ମନୋଜ କୁମାର ପାଢୀ ଗତ ୯.୭.୨୦ ତାରିଖରେ ନିଜର SBI ବ୍ୟାଙ୍କ ଖାତା ଏକାଉଣ୍ଟରୁ ଗୁଗୁଲ ପେ ରେ BSNI ଫୋନ ପାଇଁ ୯୦ ଦିନିଆ ରିଚାର୍ଜ ପାଇଁ ୩୯୯ ଟଙ୍କା ରିଚାର୍ଜ କରିଥିଲେ । ରିଚାର୍ଜ କରିବାର ୫ଦିନ ପେରେ ମଧ୍ୟ ଫୋନ୍ ରିଚାର୍ଜ ହୋଇନଥିବାରୁ ୧୩.୭. ତାରିଖରେ ଏହି ବିଷୟ ନେଇ BSNL କଷ୍ଟମର କେର ସହ ଯୋଗା ଯୋଗ କରିଥିଲୁ । ସେ କହିଥିଲେ ଆପଣଙ୍କର କୌଣସି ରିଚାର୍ଜ ଟଙ୍କା ଆସିନି ।
ଏହାପରେ ଏହି ବିଷୟ ଜାଣିବା ପାଇଁ ଆର,ଉଦୟଗିରି SBI ମେନେଜରଙ୍କୁ ସମସ୍ତ ବିଷୟ ଜଣାଇଥିଲି । ସେ କହିଥିଲେ ଗୁଗୁଲି ପେ ସହ ବ୍ୟାଙ୍କର କୌଣସି ସପର୍କ ନାହିଁ ଆପଣ ଗୁଗୁଲି ପେ କଷ୍ଟମର କେର୍ ସହ ଯୋଗା ଯୋଗା କରନ୍ତୁ । ଏହାପରେ ଗୁଗୁଲି ପେ କଷ୍ଟମର କେର୍ ନଂ ୮୫୦୯୫୯୮୭୬୮ ଏହି ନଂମ୍ବରକୁ ଯୋଗାଯୋଗ କରି ସମସ୍ତ ବିଷୟ ଜଣାଇଥିଲି । ଏହାପରେ ଗୁଗୁଲି ପେ କଷ୍ଟମର କେର କହିଥିଲେ ଆପଣଙ୍କୁ କିଛି ସମୟ ପରେ ଆମ କେର ଆସିଷ୍ଟାଣ୍ଡ ତରଫରୁ ଫୋନ ଆସିବ ଆପଣଙ୍କ ସପୁଣ୍ଣ ତଥ୍ୟ ନେବେ ଆପଣଙ୍କ ଟଙ୍କା ଫେରସ୍ଥ ପାଇଯିବେ ।
ଏହାର କିଛି ସମୟ ପରେ ଅନ୍ୟ ଏକ ନମ୍ବର ୯୧୭୦୦୧୩୭୫୪୬୩ ଫୋନ ଆସି ସପୂଣ୍ଣ ତଥ୍ୟ ନେବା ବଦଳରେ ବ୍ୟକ୍ତିଗତ ତଥ୍ୟ ଗୁଗୁଲି ପେ ଏକାଉଣ୍ଟରୁ ମାଗି କାଡସାଥି କରି ୨୪ହଜାର ୧୨୦ ଟଙ୍କା ଠକି ନେଇଥିବା ଜଣାପଡିଛି । ଉକ୍ତ ଏକାଉଣ୍ଟ ସହ ସଂଙ୍କିଷ୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ କତ୍ତୃପକ୍ଷ କୌଣସି ସଷ୍ଟିକରଣ ଦେଲେ ନାହିଁ କି ଟଙ୍କା କେଉଁ ଏକାଣ୍ଟୁକୁ ଯାଇଛି ସଷ୍ଟିକରଣ ନଦେବା ଯୋଗୁ ଉକ୍ତ ବ୍ୟକ୍ତି ପୋଲିସର ଦ୍ବାରସ୍ତ ହୋଇଥିଲେ । ସ୍ଥାନୀୟ ପୋଲିସ ୫୨\୨୦ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମମତା ନାୟକଙ୍କ ସୂତ୍ରରୁ ପ୍ରକାଶ ପାଇଛି ।
