ଠାକୁରମୁଣ୍ଡା ତା ୧୮/୦୭ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଜଣେ କରୋନା ପୋଜେଟିଭି ଚିଂହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।୧୮ ତାରିଖ ଦିନ ୧୨ ଟା ଠାରୁ ୨୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସଟଡାଉନ ନେଇ ତହସିଲଦାର ପ୍ରଦ୍ୟୁମ୍ନ ନାୟକ ଘୋଷଣା କରିଛନ୍ତି।ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ କାର୍ଯ୍ୟରତ ଫାର୍ମାସିଷ୍ଟ ଙ୍କ ଠାରେ କୋଭିଡ ଲକ୍ଷଣ ଦେଖା ଦେବାରୁ ତାଙ୍କର ସ୍ୱାବ ନିଆଯାଇ ପରୀକ୍ଷା କରା ଯାଇଥିଲା।
ଶନିବାର ତାଙ୍କ ଠାରେ କରୋନା ପୋଜେଟିଭି ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।ସ୍ୱାସ୍ଥ୍ୟ ବିଭାଗ ର ଟିମ ପହଞ୍ଚି ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ସେ ରହୁଥିବା ସରକାରୀ କ୍ୱାଟର ରୁ ତାଙ୍କୁ ଚିକିତ୍ସା ପାଇଁ ବାରିପଦା କୋଭିଡ ହସ୍ପିଟାଲ କୁ ନେଇଛନ୍ତି।ଆକ୍ରାନ୍ତ ଫାର୍ମାସିଷ୍ଟ ଜଣକ ସ୍ୱାସ୍ଥ୍ୟ କେନ୍ଦ୍ର ର ଔଷଧ ବିତରଣ କେନ୍ଦ୍ର ର ଦାଇତ୍ୱ ରେ ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ ମାନଙ୍କ ଠାରୁ ଡାକ୍ତର ଲେଖିଥିବା ପ୍ରେସକିପିସନ ଦେଖି ଔଷଧ ଦେଉଥିଲେ। ଅନେକ ରୋଗୀ ତାଙ୍କର ସଂସ୍ପର୍ଶରେ ଆସି ଥିବାରୁ ଏହା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି।ଏଥିସହିତ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନଙ୍କ ସହିତ ସଂସ୍ପର୍ଶରେ ଆସିଥିବାରୁ ଏହା ପରିସ୍ଥିତି କୁ ଆଗାମୀ ଦିନ ରେ ଜଟିଳ ପରିସ୍ଥିତି ଉପୁଜି ବାର ସମ୍ଭାବନା ରହିଛି।
