ଫସଲବୀମା ଟଙ୍କାକୁ ନେଇ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ : କୋଭିଡ-୧୯ କଟକଣାକୁ ଭୁଲିଗଲେ, ମାମଲା ରୁଜୁ କଲା ପୋଲିସ
ଉଦୟଗିରି : ସମ୍ପୁର୍ଣ୍ଣ ଲକଡାଉନ ସମୟରେ କୋଭିଡ-୧୯ କଟକଣାକୁ ଭୁଲି ଗୋଟିଏ ଯାଗାରେ ଶତାଧିକ ଲୋକ ମେଳିକଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିଲା ଶେଷରେ ପା୍ରୟ ଦୁଇଶହ ଲୋକ ରୁଣ୍ଡ ହୋଇ ଧାରଣାରେ ବସିଲେ । ପ୍ରଶାସନର ବିନା ଅନୁମତିରେ କଡା କଟକଣାା ସତ୍ୱେ କୌଣସି ଅନୁମତି ନଥାଇ ଏତେ ସଂଖ୍ୟକ ଲୋକ କିପରି କଡାକଟକଣା ସତ୍ୱେ ମେଳି କଲେ ତାହା ବୁଦ୍ଧିଜୀବୀ ମହଲେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ।ଏମିିତି ଏକ ଘଟଣା ଘଟିଛି ବାଲିଚନ୍ଦ୍ରପୁର ବଜାରରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ । ସୂଚନା ଯୋଗ୍ୟ ଯେ ଏହି ଶାଖା ଅଧିନରେ ଥିବା ଭରତପୁର ସେବା ସମବାୟ ସମିତିର ଚାଷୀ ମାନେ ସେମାନଙ୍କ ଜମା ଖାତାକୁ ଫସଲ ବୀମା ଟଙ୍କା ପ୍ରଦାନ କରିବାକୁ ଦାବୀ କରିଥିଲେ ।
ଏନେଇ ଚଳିତ ମାସ ପ୍ରାରମ୍ଭରେ ଚାଷୀ ମାନେ ଭରତପୁର ସେବା ସମବାୟ ସମିତିର ସମ୍ପାଦକ ଙ୍କୁ ଏବିଷୟରେ ଅଭିଯୋଗ କରିଥିଲେ ଏବଂ ଏକ ସାମ୍ବାଦିକ ସମ୍ମିଳନୀ କରି ମଧ୍ୟ ଅଭିଯୋଗ କରିଥିଲେ । ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ପତ୍ର ସଂଖ୍ୟା ୫୮୧ ତା ୩୦/୫/୨୦୨୦ ଅନୁଯାୟୀ ଫସଲ ବୀମା ଟଙ୍କା ଚାଷୀ ଙ୍କ ଋଣ ରେ ପରିଷୋଧ କରାଯିବା ନେଇ ସ୍ପଷ୍ଟ ନିର୍ଦେଶ ଥିବାରୁ ଏ ସମ୍ପର୍କରେ ନିଷ୍ପତ୍ତି ନେବାର କୌଣସି ଅଧିକାର ସମିତିର ନାହିଁ ବୋଲି ସମ୍ପାଦକ ଦର୍ଶାଇଥିଲେ । ଯଦି ବିଭାଗପକ୍ଷରୁ କୌଣସୀ ନିର୍ଦେଶ ମିଳେ ତାହେଲେ ଚାଷୀ ଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯିବ ବୋଲି ଦର୍ଶାଇଥିଲେ ।
ଚଳିତମାସରେ ସମବାୟ ବିଭାଗପକ୍ଷରୁ ଚାଷୀ ଙ୍କ ଜମା ଖାତାକୁ ବୀମା ଟଙ୍କା ପ୍ରଦାନ କରାଯିବା ନେଇ ୨୧ ତାରିଖରେ ବିଭାଗୀୟ ମନ୍ତ୍ରୀ ଙ୍କ ଘୋଷଣା ପରେ ୨୩/୭/୨୦ ସମବାୟ ବିଭାଗର ଡେପୁଟି ରେଜିଷ୍ଟ୍ରାର ତାଙ୍କର ପତ୍ର ୧୪୦୮ ରେ ଯାଜପୁର ଜିଲ୍ଲାର କଟକ କେନ୍ଦ୍ର ସମବାୟ ଶାଖାଗୁଡିକୁ ନିର୍ଦେଶ ଦେଇଥିଲେ ତେବେ ଏବିଷୟରେ ଚାଷୀ ମାନେ ଅବଗତ ହୋଇ ପାରିନଥିଲେ । ବୀମା ଟଙ୍କା ସମ୍ପର୍କରେ କୌଣସି ସୂଚନା ନପାଇ ଅସନ୍ତୁଷ୍ଟ ଚାଷୀ ମାନେ ଆଜି ବ୍ୟାଙ୍କ ଘେରାଉ କରିବା ସହିତ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିରହିଥିଲେ । ଆଜି ସକାଳ ୭ଟା ସମୟରୁ ଚାଷୀ ମାନେ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ହୋଇଥିଲେ । ଧିରେ ଧିରେ ଭିଡ ବଢିଥିଲା ।ତେବେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକେ ରୁଣ୍ଡ ହେଉଥିବା ବେଳେ ଆରମ୍ଭରୁ ପୋଲିସ ନିରବଦ୍ରଷ୍ଟା ସାଜିଥିଲା ।
କେହି ସମାଜିକ ଦୂରତ୍ୱ କିମ୍ବା ଲକଡାଉନ କଟକଣା ମାନୁନଥିଲେ ମଧ୍ୟ ପୋଲିସ ପ୍ରତିବାଦ କରିନଥିଲା । ଦିନ ୧୦ ଟା ବେଳକୁ ପ୍ରାୟ ଦୁଇଶହ ଚାଷୀ ରୁଣ୍ଡ ହୋଇଥିଲେ । ପରେ ଘଟଣା ସ୍ଥଳରେ ଯାଜପୁର ରୋଡ ଏସଡିପିଓ ଚିନ୍ମୟ ନାୟକ, ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି, ଥାନାଅଧିକାରୀ ସୁକାନ୍ତ ପାତ୍ର , କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟଶାଖାର ପରିଚାଳକ ତ୍ରିଲୋଚନ ମହାପତ୍ରା, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଋଣଖାତାକୁ ବୀମା ଟଙ୍କା ପରିଶୋଧ କରିବାକୁ ନିର୍ଦେଶ ପ୍ରାୟ ଦୁଇମାସ ପୂବରୁ ରହଥିଲା ସେହି ନିର୍ଦେଶ ମୁତାବକ ଆମେ କାର୍ଯ୍ୟକରୁଥିଲୁ ବୋଲି ବାଲିଚନ୍ଦ୍ରପୁର ଶାଖା ପରିଚାଳିକା ସୀମନ୍ତିନୀ ସାମଲ ସୂଚନା ଦେଇଛନ୍ତି । ଅପରପକ୍ଷରେ ଲକଡାଉନ ନିୟମ ଉଲଙ୍ଘନ ଓ କୋଭିଡ-୧୯ କଟକଣା ଉଲଙ୍ଘନ କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୧୯୩/୨୦ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।
