ଆର,ଉଦୟଗିରି : ଗଜପତି ଜିଲ୍ଲାର ଆର,ଉଦୟଗିରି ଓ ମୋହନା ବ୍ଲକରେ କରୋନା କାୟା ବିସ୍ତାର କରିଚାଳିଛି । ଲୋକେ ନିୟମ ମାନୁ ନାହାନ୍ତି। ଖୁଲାମ ଖୁଲା ବାହାରେ ବୁଲିବା ସହ ସାମାଜିକ ଦୂରତା ଭୁଲି ରାସ୍ତା ଘାଟରେ ବୁଲୁଛନ୍ତି । ମାସ୍କ ନ ପିନ୍ଧି ବେକରେ ଲମ୍ବାଇ ରଖିଥବା ଦେଖା ଯାଉଛି । ଜିଲ୍ଲାରେ ଏକହଜାର ଉଦ୍ଧ ଆକ୍ରାନ୍ତ ସଂଖ୍ୟା ଥିବା ବେଳେ ମୋହନା ବ୍ଲକର ୪୦ ଓଆର,ଉଦୟଗିରି ୬୦ ଛୁଇଁଲାଣି ।
ଏହାସତ୍ତ୍ବେ ଲୋକେ ନିଭୟରେ ବାହରେ ବୁଲାବୁଲି କରୁଛନ୍ତି । ଏହା ପ୍ରଶାସନ ପାଇଁ ମୁଣ୍ଡବଥାର କାରଣ ପାଲଟିଛି । କିଛି ଲୋକେ ରୋଗକୁ ଲୁଚାଇବାକୁ ଯାଇ ନିଜ ପରିବାରକୁ ବିପଦ ମୁହଁକୁ ଟାଣୁଛନ୍ତି । କିଛି ଦିନ ତଳେ କିଛି ଖବର କାଗଜରେ ପ୍ରକାଶ ପରେ କିଛି ଲୋକ ନିଜ ପରିବାର ଓ ସାହି ପଡିଶାଙ୍କୁ ଜଣାଇ ନିଜର କରୋନା ପରିକ୍ଷା କରିଇବା ପାଇଁ ଆଗ୍ରହ ଦେଖାଇ ମୋହନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ପରିକ୍ଷା କରନ୍ତି। ସେହି ପରି ଆର,ଉଦୟଗିରି ଗ୍ରାମର ବସଷ୍ଟାଣ୍ଡ ଆସି ପରିକ୍ଷା କରନ୍ତି ।
କେତେକ ଆକ୍ରାନ୍ତ ଥିଲେ ସେମାନେ ମଧ୍ୟ ଏବେ ସୁସ୍ଥ ହୁଉନ୍ତି । ତେଣୁ କୌଣସି ବ୍ୟକ୍ତି ଏହାକୁ ନ ଲୁଚାଇ ନିଜ ସ୍ବାସ୍ଥ୍ୟ ପରିକ୍ଷା କରିବା ଜରୁରୀ । ଏପରିକି ଅଞ୍ଚଳର କିଛି ନ ନକଲି ଡାକ୍ତର ମାନେ ରୋଗୀଙ୍କୁ ଲୁଚାଇ ପାଇଁ ଏଣୁ ତେଣୁ ମେଡିସିନ୍ ଦେଇ କିଛି ନିନ ରଖି ଥାନ୍ତି । କିନ୍ତୁ ଉକ୍ତ ରୋଗୀ କରୋନା ଆକ୍ରାନ୍ତହୋଇଥିଲେ ଅକାଳରେ ମୁତ୍ୟୁମୁଖରେ ପଡୁଛନ୍ତି । ତେଣୁ କୌଣସି ବ୍ୟକ୍ତି ବିନା ସରକାରୀ ଡାକ୍ତରଙ୍କ ପରାମର୍ଶରେ କୌଣସି ମେଡିସିନ୍ ଖାଇବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସଚେତନ କରାଯାଇଛି । ଆର,ଉଦୟଗିରି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାର କାରଣ ସରକାରୀ କିମ୍ବା ବେସରକାରୀ କାମ ଗୁଡିକରେ କାମକରୁ ମିଶ୍ରିଥିରି ଓ ଲେବର ବିନାମାସ୍କ କାମ କରୁଛନ୍ତି ଏହାର କୌଣସି କଟକଣା ନାହିଁ କି ପ୍ରଶାସନ ତରଫରୁ କାର୍ଯ୍ୟ ଅନୁଷ୍ଠାନ କରାଯାଉନି । ଯାହା ଫଳରେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।
