ଭଞ୍ଜନଗର,୨୮/୭ : ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ । ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମର ବୀର ରାଉତଙ୍କ ପତ୍ନୀ ବିଷ୍ଣପ୍ରିୟା ରାଉତ(୪୫) ମଙ୍ଗଳବାର ନିଜ ଧାନ ଜମିରେ ତଳି ଭାଙ୍ଗୁଥିବାବେଳେ ଅତର୍କିତ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଆଉ ପାଖରେ କେଉଁଠି ରହିବା ସୁବିଧା ନଥିବାରୁ ବିଷ୍ଣପ୍ରିୟା ଜମିରେ ହିଁ ରହିଥିଲେ । ଆଉ ଅତର୍କିତ ବଜ୍ରାଘାତ ହେବାରୁ ସେ ସେଠାରେ ଟଳି ପଡିଥିଲେ । ଏଭଳି ଅବସ୍ଥା ଦେଖି ପାଖ ଜମିରେ ରହିଥିବା କିଛି ଚାଷୀ ତୁରନ୍ତ ଘଟଣାସ୍ଥଳକୁ ଆସି ବିଷ୍ଣପି୍ରୟାଙ୍କୁ ସେଠାରୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ । ତୁରନ୍ତ ଘଟଣା ସଂପର୍କରେ ଦମକଳ କେନ୍ଦ୍ରକୁ ସୁଚନା ଦିଆଯାଇଥିଲା ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହାତ ବିଷ୍ଣପି୍ରୟାଙ୍କୁ ଜଗନ୍ନାଥପ୍ରସାଦ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ । ଆଉ ସେଠାରେ ଡାକ୍ତର କିରଣ କୁମାର ଦାଶ ତାଙ୍କୁ ମୃତ ଘୋଷଣା କରିଥିଲେ । ଏସଂପର୍କରେ ଖବରପାଇଁ ଜଗନ୍ନାଥପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିବା ପୁଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ଜବତ କରାଯାଇ ଏହାର ବ୍ୟବଚ୍ଛଦ ପାଇଁ ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛଦ ପାଇଁ ପଠାଇ ଦିଆଯାଇଛି । ବୁଧବାର ଶବ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଭାଗୀରଥି ନାୟକ ସୁଚନା ଦେଇଛନ୍ତି ।