ରାଜସ୍ଥାନ: ରାଜସ୍ଥାନ ଧଉଳପୁରର ଗୁର୍ଜା ଘæôରେ ଗୋଟିଏ ଅଣ୍ଡିରା ଛେଳି ପ୍ରତିଦିନ ଅଧ ଲିଟର କ୍ଷୀର ଦେଉଛି । ୧୬ ମାସ ପୂର୍ବେ ଜନୈକ ରାଜବୀର ଏହି ଅଣ୍ଡିରା ଛେଳିକୁ ହାଟରୁ ପ୍ରାୟ ଅଢ଼େଇ ହଜାର ଟଙ୍କାରେ କିଣିଥିଲେ । ଦଶ ମାସ ପରେ ତା ମଧ୍ୟରେ ପରିବର୍ତ୍ତନ ଆସିବାକୁ ଲାଗିଲା । କିଛିଦିନ ପରେ ଛେଳି କ୍ଷୀର ଦେଲା ଯାହାକୁ ରାଜବୀରଙ୍କ ପରିବାର ପିଇଲେ । ଏହି ଖବର ପ୍ରଚାରିତ ହେବା ପରେ ଦୂରଦୂରାନ୍ତରୁ ଲୋକେ ଛେଳିକୁ ଦେଖିବା ପାଇଁ ଆସିଲେ । ହର୍ମୋନ୍ ସମସ୍ୟା ଯୋଗୁ ଏପରି ହୋଇଥିବା ଜଣେ ପଶୁ ଡାକ୍ତର କହିଛନ୍ତି । ତାଙ୍କ ମତରେ ଏ ଅଣ୍ଡିରା ଛେଳିର କ୍ଷୀର ପିଇଲେ କିଛି ସମସ୍ୟା ନାହିଁ କିନ୍ତୁ ଗରମ କରି ପିଇବା ଉଚିତ ।