Odisha news

ଆର,ଉଦୟଗିରି:ପାରିବାରିକ କଳହ ନେଇ ମହିଳାଙ୍କ ଆମ୍ଭହତ୍ୟା

0

ଆର,ଉଦୟଗିରି- ମୋହନା ଥାନାର ଚନ୍ଦ୍ରଗିରି ଗ୍ରାମର ହାଟପଦା ନିକଟରେ ଘରଭତରୁ ଜଣେ ମହିଳାଙ୍କ ଦରପୋଡା ମୃତ୍ୟୁଦେହ ଉଦ୍ଧାର କରିଛି ମୋହନା ପୁଲିସ୍ । ମୁତ ମହିଳା ଜଣକ ହେଲେ ଅଡବା ଥାନାର  ଅନ୍ଧଅଡବା ଗ୍ରାମର ପଙ୍କଜ ନାୟକ। ୨ ବର୍ଷ ହେଲା ମହିଳା ଜଣକ ଆସିକା ଅଞ୍ଚଳର ସମିର ଜେନାଙ୍କ ସହ ଭଲପାଇ ବିବାହ କରି ଚନ୍ଦ୍ରଗିରିରେ ଘରଭଡା ନେଇ ରହି ଆସୁଥିଲେ । କୌଣସି କାରଣରୁ ଆଜି ମାଳିକ ଘରୁ ଭିତିରୁ ପୋଡାବନ୍ଧ ବାହାରିବାରୁ ମୋହନା ଥାନାର  ଖବର ଦେଇଥିଲେ ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିବା ବେଳେ ସଂପୃକ୍ତ ଯୁବକ ଜଣକ ୨ ଦିନ ହେଲା ଫେରାର ରହିଛନ୍ତି । ଘଟଣାରୁ ପ୍ରକାଶ ଜେନାଙ୍କ ଘରଲୋକେ ପଙ୍କଜଙ୍କୁ ସ୍ବାକାର ନକରୁଥିବା ଯୋଗୁଁ ସେମାନେ ୨ ଜଣ ପ୍ରେମ ବିବାହ କରି ଚନ୍ଦ୍ରଗିରି ହାଟପଦାରେ ଭଡାଘରେ ରହି ଆସୁଥିଲେ । କିନ୍ତୁ ୨ ଜଣଙ୍କ ଭିତରେ ସବୁଦିନ ଝଗଡା ଲାଗି ରହୁଥିବା ଯୋଗୁଁ ମାନସିକ ଚାପରେ ରହୁଥିଲେ ସ୍ତ୍ରୀ । ଶେଷରେ କିଛି ଉପାୟ ନପାଇ ପଙ୍କଜ ଲୁଗାପଟା ନିଆଁ ଲଗାଇ ରହୁଥିବା ଘରର ଶୋଇବା କଠୋରାରେ ଆମ୍ଭହତ୍ୟା କରିଥିଲେ ।

ଘଟଣା ସ୍ଥଳରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ , ସାଇଟିଫିକ ଟିମି ଓ ମାଜିଷ୍ଟେଟ୍ ଦାୟିତ୍ବରେ ରହିଥିବା ମୋହନା ତହସିଦିର କଲ୍ୟାଣ ସଂଘମିତ୍ରା ଦେବୀ ପହଞ୍ଚି ଘଟଣା ସ୍ଥଳରୁ ଏକ ସୁଇଶାଇଡ ନୋଟ ଜବତ କରିଥିଲେ । ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁର ପଠାଯାଇଥିଲା । ଅନ୍ୟ ପଟେ ସମିରକୁ ଧରବା ପାଇଁ ଓ ଅଧିକ କିଛି ତଥ୍ୟ ଜାଣିବା ପାଇଁ ପୁଲିସ୍ ତଦନ୍ତ ଜାରି ରଖିଥିବାର ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

Leave A Reply