ଆର,ଉଦୟଗିରି -: କୋଭିନ୍ ୧୯ ତଥା କରୋନାକୁ ନେଇ ଏହି ମାରାମ୍ଭକ ରୋଗ ଠାରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମ ଜରିଆରେ ବିଭିନ୍ନ କଟକଣା ଜାରି କରି ସର୍ବସାଧାରଣଙ୍କୁ ସଚେତନତା ମଧ୍ୟ କରାଯଉଛନ୍ତି । ଏହି ମହାମାରୀ ଠାରୁ ମୁକ୍ତି ପାଇବାକୁ ହେଲେ ଘରେ ରହିବା ନିତାନ୍ତ ଆବଶ୍ୟାକ । ତେଣୁ ରାଜ୍ୟ ସାରା ଲକ ଡାଉନ୍ ହୋଇଥିବା ବେଳେ ଗଜପତି ଜିଲ୍ଲାର ନୁଆଗଡ ବ୍ଲକ ଅଞ୍ଚଳରେ ଏହାର ଅଷ୍ଟମ ଦିନରେ ପହଞ୍ଚିଛି । ବ୍ଲକ ପ୍ରଶାସନ ଦ୍ବାରା କରୋନା ଭଲି ମହାମରୀ ରୋଗ ଠାରୁ ରକ୍ଷା ପାଇବା ଲାଗି ବିଭିନ୍ନ ଗାଡି ମଧ୍ୟମରେ ସଚେତନତା ଜାରୀ ରହିଛି । ବାବମ୍ବାର ସାବୁନରେ ହାତ ଧୋଇବା , ସାନିଟାରୀ ବ୍ୟବହାର , ଗୋଟିଏ ସ୍ଥାନରେ ପାଞ୍ଚରୁ ସାତଜଣ ଏକତ୍ରିତ ନରହିବା , ପରସର ମଧ୍ୟରେ ଦୂରତ୍ବ ରଖିବା , ହାତ ନମିଇ ନମକାର ଜଣାଇବା, ଅତ୍ୟା ଆବଶ୍ୟକ ସ୍ଥଳରେ ଘରୁ ନବାହାରିବା ଭଳି ବିଭିନ୍ନ ପ୍ରକାର ସଚେତନନ କରାଉଛନ୍ତି ନୁଆଗଡ ତହସିଦାର ପ୍ରଫୁଲ କୁମାର କୁଜୁରୁ ଓ ବିଡିଓ ଲଲାଟ୍ୟନ କୁମାର ମାହାନ୍ତି ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନାତା କୁରୁଥିବା ବେଳେ ଗଜପତି ଏସପି ସାରା ଶର୍ମାଙ୍କ ନିଦ୍ଦେଶ ପ୍ରକାରେ ଅଞ୍ଚଳରେ ଯେପରି ବାହାରେ ଲୋକେ ବୁଲା ବୁଲି ନକରିବେ ଓ ସାମାଜିକ ଦୂରତା ରକ୍ଷା କରିବେ ସେଥିପ୍ରତି ସ୍ବତନ୍ତ ଦୃଷ୍ଟି ରଖିବାକୁ ତାଙ୍କ ଟିମିକୁ ନିଦ୍ଦେଶ ଦେଇଥିଲେ । SDPO ଓ ସେରଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ବରେ s.i ରବିନ୍ଦ୍ର କୁମାର ପାତ୍ର ଓ ପୋଲିସ ଟିମ ସହର ଗଳି କନ୍ଦି ବୁଲି ଲୋକଙ୍କୁ ସଚେତନତା କରୁଛନ୍ତି । ଏଥିପ୍ରତି ବେଖାତିରି କଲେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରିବାକୁ ବାଧ୍ୟ ହେବୁ ବୋଲି କହାଯାଇଛି । ଏପରିକି ଅମାନିଆଙ୍କୁ ସାବାଡ କରିବାକୁ ଆବଶ୍ୟକ ପଡିଲେ ଲାଠି ଚାଲନା ମଧ୍ୟ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । ତାହା ସତେ କିଛି ଅମାନିମାନେ ଆର,ଉଦୟଗିରି ସହର ଯୁବକ ବିମା ବାଇକି ଧରି ଗ୍ରାମରେ ବୁଲୁଥିବା ଦେଖିବାକୁ ମିଳୁଛି । ନୁଆଗଡ ଓ ଆର,ଉଦୟଗିରି ଗ୍ରାମରେ କିଛି ଜାଗାରେ ଜୁଆଖେଳ ଚାଲିଥିବାର ସୁଣିବାକୁ ମିଳୁଛି । ନୁଆଗଡ ଓ ଖଜୁରିପଦା ଗ୍ରାମର ସାହିହାଟ ପୋଲିସ ତରଫରୁ ବନ୍ଦ କରାଯାଇଛି । ବ୍ଲକର ପ୍ରତି ପଞ୍ଚାୟତ ଗୁଡିକରେ କାର୍ଡଧାରୀଙ୍କୁ ୩ମାସର ଚାଉଳ ବଣ୍ଟନ ଆରମ୍ଭ କରାଯାଇଛି ବୋଲି ବିଡିଓ ଶ୍ରୀ ମାହାନ୍ତି କହିଛନ୍ତି । ସରକାର ନିୟମ ପ୍ରକାରେ ପଞ୍ଚାୟତ ଗୁଡିକରେ ଚାଉଳ ବଣ୍ଟନ କରାଯାଉଛି ବୋଲି କହିଛନ୍ତି ।
ମନୋଜ ପାଢୀ, ଆର,ଉଦୟଗିରି ଗଜପତି