Odisha news

ନବୀନ ପଟ୍ଟନାୟକ ଙ୍କ ନିବେଦନ :ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରନ୍ତୁ

0

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବେଦନ କରିଛନ୍ତି । ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । cmrfodisha.gov.inରେ ଦାନ କରିବାକୁ ନିବେଦନ କରିଛନ୍ତି।

Naveen Patnaik

@Naveen_Odisha

Human race is facing one of the gravest challenges due to pandemic. Appeal everyone to come forward to donate through http://cmrfodisha.gov.in  to strengthen ’s fight against .

View image on Twitter
385 people are talking about this

ଏଥିପାଇଁ ଏସବିଆଇ, ଏଚଡିଏଫସି, ଓ ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟନମ୍ବର ଓ ଆଇଏଫସି କୋଡ ଜାରି କରାଯାଇଛି । ଗୁଗୁଲ ପେ, ପେଟିଏମ କିମ୍ବା ଅନ୍ୟାନ୍ୟ ଅନଲାଇନ ପେମେଣ୍ଟ ଆପ୍ ଜରିଆରେ ଦାନ ଦେଇପାରିବେ ।

ଅପରପକ୍ଷରେ କରୋନାଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ କହିଛନ୍ତି ।

ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ ଅବସରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତରୁ କୋଭିଡ୍-୧୯କୁ ବିଲୋପ କରିବାକୁ ସାମାଜିକ ଦୂରତ୍ୱ ଉପରେ ଗୁରତ୍ୱ ଦେବା ଅପରିହାର୍ଯ୍ୟ । ଏହାଛଡ଼ା ଅସୁବିଧାରେ ଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା କରିବାକୁ ମଧ୍ୟ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସଙ୍କଟମୟ ପରିସ୍ଥିତିରେ ଯେମିତି କେହି ଭୋକିଲା ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ତାଙ୍କୁ କହିଛନ୍ତି ।

Leave A Reply