Odisha news

ସଂଗରୋଧ କେନ୍ଦ୍ରରେ କାମ ପାଇଁ ଆଶାକର୍ମୀକୁ ବାସନ୍ଦ ଧମକ, ଥାନାରେ ଅଭିଯୋଗ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ କଳପଡା ଗ୍ରାମ ପଂଚାୟତର କଳପଡା ହାଇସ୍କୁଲ ରେ ଥିବା ସଂଗରୋଧ କେନ୍ଦ୍ରରେ ସୁରଟ ଫେରନ୍ତା ଶ୍ରମିକ ମାନଙ୍କ ସେବାକାର୍ଯ୍ୟ କରୁଥିବା ଆଶାକର୍ମୀ ମାନଙ୍କୁ ସେମାନଙ୍କ ଗ୍ରାମର କେତେକ ବ୍ୟକ୍ତି ଧମକ ଚମକ ଦେଉଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । କଳପଡା ସରପଂଚ ନିତ୍ୟାନନ୍ଦ ସେଠୀ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ କଳପଡା ହାଇସ୍କୁଲ ପରିସର ରେ ସଂଗରୋଧ ଶିବିରରେ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଆଶାକର୍ମୀ କାନ୍ତିପ୍ରଭା ନାୟକ ଓ ସମୀର ସାହୁ ଙ୍କ ତତ୍ୱାବଧାନରେ ସେବାକାର୍ଯ୍ୟ କରାଯାଉଛି ।

ଆଶାକର୍ମୀ ଜଣକ କାର୍ଯ୍ୟସାରି ନିଜ ଗ୍ରାମ ଖସାଡିକୁ ଯିବା ବେଳେ ସେହି ଗ୍ରାମର କେତେକ ଦୁର୍ବୁତ କାନ୍ତିପ୍ରଭାଙ୍କୁ ଧମକ ଚମକ ଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତୁମେ ଦୁଇଜଣ କାହିଁକି କରୋନା ରୋଗୀଙ୍କ ସେବା କରୁଛ ପଚାରିବା ସହ ଗ୍ରାମରେ ରହି ପାରିବ ନାହିଁ ବୋଲି ଧମକ ଦେଇଥିବା କଳପଡା ସରପଂଚ ସଦର ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ଘଟଣାର ତଦନ୍ତ କରୁଥିବାର ଜଣା ପଡିଛି ।

Leave A Reply