Odisha news

ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା ସଂଗରୋଧ ଶିବିର ବିଶୋଧନ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ କଳପଡା ପଂଚାୟତରେ ଥିବା ସଂଗରୋଧ ଶିବିର ରେ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟ ଓ ସାନିଟାଇଜେସନ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା କରାଯାଇଥିବା ଜଣାପଡିଛି । ରୋଗ କୁ ଘୃଣା କର, ରୋଗୀକୁ ନୁହେଁ ଏହି ବାର୍ତା ପ୍ରଚାର ପାଇଁ ଜିଲ୍ଲା ପରିଷଦ ସଭାୟ ଜୋସôାରାଣି ଜେନା ନିଜେ ସଂଗରୋଧ ଶିବିରକୁ ସାନିଟାଇଜ କରିଥିଲେ ।

ଏହି କେନ୍ଦ୍ର ପାଇଁ ନିଯୁକ୍ତ ଥିବା ଯୁବକ ଜଣକ ଗ୍ରାମର କିଛି ଲୋକଙ୍କର ଧମକ ଓ ସାମାଜିକ ବାସନ୍ଦକୁ ଭୟକରି ସଫେଇ କାମରୁ ନିବୃତ ରହିବା ପରେ ଖୋଦ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜେନା ଏକ ଉଦାହରଣ ସୃଷ୍ଟି କରିବା ଓ ଲୋକ ମାନଙ୍କ ମନରୁ ଭାନ୍ତ ଧାରଣା ଦୂର କରିବା ନିମନ୍ତେ  ସଂଗରୋଧ ଶିବିରରେ ଶୁକ୍ରବାର ନିଜେ ସଫେଇ ଓ ସାନିଟାଇଜ କରିବା ସହ ପ୍ରବାସୀ ମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ।

Leave A Reply