ପୁରୁଷୋତ୍ତମପୁର (ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ ) : ପ୍ରତାପୁର ଠାରେ ଥିବା ତୁମ୍ବେଶ୍ୱର ସମବାୟ ସମିତିର ଡାଇରେକ୍ଟର ନିର୍ବାଚନ ଗତ ୨୭ ତାରିଖରେ ସରିଥିଲା ଏବଂ ୧୦ ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ୫ ଜଣ ନିର୍ଦ୍ୱନ୍ଦରେ ବିରୋଧୀ ଗୋଷ୍ଠି ଠାରୁ ବିଜୟ ଲାଭ କରିଥିଲେ |ସେମାନେ ହେଲେ ସୁଦର୍ଶନ ନାୟକ,ସୁଶୀଳା ନାୟକ,ଅରୁଣ ପଣ୍ଡା, ସ୍ନେହ ଲତା ପଣ୍ଡା,ଜିତେନ୍ଦ୍ର ପଣ୍ଡା,ବଲ ଜିତ ରାଉଳ,ସନ୍ତୋଷ ମହାପାତ୍ର,ପ୍ରଭାକର ରାଉଳ,ବସନ୍ତ ମହାପାତ୍ର,ରଙ୍କ ନାଥ ରାଉଳ, କ୍ଷେତ୍ର ବାସି ବେହେରା, ବୈଷ୍ଟମ ବେହେରା, ନାରାୟଣ ବେହେରା,ଗୋବିନ୍ଦ ବେହେରା, ପ୍ରଭାକର ରାଉଳ, ଏମାନେ ଆଜି ସର୍ବସମ୍ମତି କ୍ରମେ ସୁଦର୍ଶନ ନାୟକ ଙ୍କ ନାମ ସୁପାରିଶ କରିବା ପରେ , ସୁଦର୍ଶନ ନାୟକ ପାର୍ଥୀ ପତ୍ର ପକାଇଥିଲେ ଓ ସେ ବିନା ନିର୍ବାଚନରେ ଅପ୍ରତିଦ୍ବନ୍ଦି ଭାବେ ତୁମ୍ବେଶ୍ୱର ସମବାୟ ସମିତି ର ସଭାପତିଭାବେ ତାଙ୍କୁ ସମବାୟ ଇଲେକ୍ସନ ଅଫିସର କେଶବ ଚନ୍ଦ୍ର ଗୌଡ଼, ଓ ସମବାୟ ସମ୍ପାଦକ ସିମାଞ୍ଚଳ ରାଉଳ ଶ୍ରୀଯୁକ୍ତ ସୁଦର୍ଶନ ନାୟକ ଙ୍କ ନାମ ସଭାପତି ଭାବେ ଘୋଷଣା କରିଥିଲେ |
ଏବଂ ସୁଦର୍ଶନ ଙ୍କୁ ସବୁ ଡାଇରେକ୍ଟ ର ମାନେ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ |ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ହାଇକୋର୍ଟ ଓକିଲ କମା ପଟନାୟକ,ସମାଜ ସେବୀ ଜଗତ ପଣ୍ଡା,ଆଛୁଲି ସରପଞ୍ଚ ସୁଧାକର ଗୌଡ଼,ଦଲସର ଖଣ୍ଡି ପୂର୍ବତନ ସରପଞ୍ଚ ବିପିନ ମହାପାତ୍ର, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟ କାରିଣୀ ସଦସ୍ୟ ନିର୍ମଳ ଚନ୍ଦ୍ର ସାହୁ, ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା, ଙ୍କ ସହ ଅନ୍ୟାନ୍ୟ ନେତା, କର୍ମୀ ଶୁଭେଛୁ ଉପସ୍ଥିତ ଥିଲେ |ଏହାସହ ପ୍ରତାପୁର ଗ୍ରାମର ଜଣେ ସମାଜ ସେବୀ ତାରା ପ୍ରସାଦ ଆଚାର୍ଯ୍ୟ ମଧ୍ୟ ଯୋଗ ଦେଇ ଏହି ସମବାୟ ସମିତିର ଉର୍ନ୍ନତି ସହିତ ଚାଷି ମାନଙ୍କ ଉର୍ନ୍ନତି କରିବାକୁ ନୂତନ ଭାବେ ସଭାପତି ହୋଇଥିବା ସଭାପତିଙ୍କୁ କହିଥିଲେ | ଏହି ସୋସାଇଟି ୧୯୮୩ ରେ ସ୍ବର୍ଗତ ଦୀର୍ଘ ବର୍ଷ ଧରି ଏହି ସୋସାଇଟି ର ସଭାପତି ଥିବା ଉମାଚରଣ ପଟନାୟକ ଙ୍କ ନିତି, ଆଦର୍ଶ କୁ ଗ୍ରହଣ କରିବାକୁ ସମସ୍ତ ଡାଇରେକ୍ଟର ଓ ସଭାପତି ଶପଥ ନେଇଥିଲେ |